Latest Odisha News

ଦୁନିଆର ସବୁଠୁ ଛୋଟ ମଣିଷ: ବୟସ ୨୦ ବର୍ଷ, ଉଚ୍ଚତା ୨ ଫୁଟ

ଇରାନ: ତୁର୍କୀର ସୁଲତାନ କୋଶନ ଦୁନିଆର ସବୁଠୁ ଉଚ୍ଚତମ ବ୍ୟକ୍ତି ଭାବେ ପରିଚିତ । ତାଙ୍କର ଉଚ୍ଚତା ହେଉଛି ୮ ଫୁଟ ୩ ଇଞ୍ଚ । ତାଙ୍କ ନାମ ଗିନିଜ ବୁକ୍‌ରେ ମଧ୍ୟ ରେକର୍ଡ କରାଯାଇଛି । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ଛୋଟ ବ୍ୟକ୍ତି କିଏ? ଦୁନିଆର ସବୁଠାରୁ ଛୋଟ ବ୍ୟକ୍ତି ଇରାନରେ ରୁହନ୍ତି । ତାଙ୍କ ନାମ ଆଫସିନ୍ ଇସମାଇଲ୍ ଗାଦରଜାଡେ । ସେ ଏତେ ଛୋଟ ଯେ ଠିକ୍ ତରଭୁଜ ପରି ଦେଖାଯାନ୍ତି ।

ଇରାନର ପଶ୍ଚିମ ପ୍ରଦେଶର ଆଜେରବାଇଜାନର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଆଫସିନ୍ ଇସମାଇଲ୍ ଗାଦରଜାଡେ । ସାଧାରଣ ପିଲାମାନଙ୍କର ଓଜନ ପ୍ରାୟ ୨ କିଲୋଗ୍ରାମରୁ କମ୍ ହୋଇ ନ ଥାଏ । ହେଲେ ଜନ୍ମ ସମୟରେ ଆଫସିନ୍‌ଙ୍କ ଓଜନ ମାତ୍ର ୭୦୦ ଗ୍ରାମ ଥିଲା । ପାଠପଢାଠାରୁ ଆରମ୍ଭ କରି କ୍ରୀଡା ପର୍ଯ୍ୟନ୍ତ ସେ ଅନ୍ୟ ପିଲାମାନଙ୍କଠାରୁ ବହୁ ପଛରେ ରହୁଥିଲେ । ତେଣୁ ସେ ପିଲାଦିନେ ସ୍କୁଲ ଯିବା ବନ୍ଦ କରିଦେଇଥିଲେ । ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ପରିବାର ଲୋକେ ଆଫସିନଙ୍କ ଉପଯୁକ୍ତ ଚିକିତ୍ସା କରିବା କଷ୍ଟସାଧ୍ୟ ଥିଲା । କିନ୍ତୁ ବର୍ତ୍ତମାନ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି ।

ଏବେ ଆଫସିନଙ୍କ ବୟସ ୨୦ ବର୍ଷ । କିନ୍ତୁ ତାଙ୍କର ଉଚ୍ଚତା ମାତ୍ର ୨ ଫୁଟ ଅର୍ଥାତ୍ ୬୫.୨୪ ସେମି । ଏହି କାରଣରୁ ସେ ଦୁନିଆର ସବୁଠୁ ଛୋଟ ମଣିଷ ଭାବେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ପୂର୍ବରୁ କଲମ୍ବିଆର ବାସିନ୍ଦା ୩୬ ବର୍ଷିୟ ଏଡୱାର୍ଡ ନିନୋ ଫର୍ଣ୍ଣାଡିଜ୍ ଦୁନିଆର ସବୁଠୁ ଛୋଟ ମଣିଷ ଭାବେ ରେକର୍ଡ଼ କରିଥିଲେ । ହେଲେ ଆଫସିନ୍ ଏହି ରେକର୍ଡ ଭାଙ୍ଗି ଥିଲେ । ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଟ୍ୱିଟରରେ ଆଫସିନ୍‌ଙ୍କ ବିଷୟରେ ସୂଚନା ସେୟାର କରାଯାଇଛି ।

Comments are closed.