ନୂଆଦିଲ୍ଲୀ: ସିଙ୍ଗାପୁର କମ୍ପାନୀ କାଲେ ଏରୋସ୍ପେଶ୍ ଲଂଚ କରିଛି ବିଶ୍ୱର ପ୍ରଥମ ଚାଳକବିହୀନ ସୁପରସୋନିକ କମ୍ବାକ୍ଟ ବା ଯୁଦ୍ଧ ଏରିୟଲ ଭେଇକେଲ । କମ୍ପାନୀ ଏହର ମୂଲ୍ୟ ୧୬ ମିଲିୟନ ଡଲାର ରଖାଯାଇଛି । ଶବ୍ଦଠାରୁ ଏହା ଅଧିକ ବେଗରେ ଗତି କରିଥାଏ । ଏହି ୟୁସିଏଭିରେ ରାଡାର ଲାଗିଛି । ଆବଶ୍ୟକ ପଡିଲେ ଏଥିରୁ ମିସାଇଲ ଆକ୍ରମଣ ମଧ୍ୟ ହୋଇପାରିବ ବୋଲି ଏରୋସ୍ପେସର ମୁଖ୍ୟ ନିର୍ବାହୀ ଅଧିକାରୀ ଆଇନ ଲିମ୍ କହିଛନ୍ତି ।
୪୮୦୦ କିଲୋମିଟର ଉଡି ପାରୁଥିବା ଏହି ୟୁସିଏଭିକୁ ରିମୋଟ ମାଧ୍ୟମରେ ନିୟନ୍ତ୍ରଣ କରାଯାଇ ପାରିବ । ରିପୋର୍ଟ ମୁତାବକ କମ୍ପାନୀ ନିକଟରେ ୧୦୦ରୁ ଅଧିକ ଅର୍ଡର ପଂହଚି ସାରିଛି ।
Comments are closed.