Latest Odisha News

ଆମେରିକାରେ ଜନ୍ମ ହେଲା ଚିହ୍ନ ନ ଥିବା ଜିରାଫ

ନୂଆଦିଲ୍ଲୀ: ଆମେରିକାର ଟେନିସିରେ ଥିବା ଏକ ଚିଡିଆଖାନାରେ ବିନା ଚିହ୍ନ ଥିବା ଜିରାଫ ଜନ୍ମଗ୍ରହଣ କରିଛି । ପ୍ରାଣୀ ବିଶେଷଜ୍ଞଙ୍କ ମତରେ ଏ ପର୍ଯ୍ୟନ୍ତ ବିଶ୍ୱରେ କୌଣସିଠାରେ ବିନା ଗାର କିମ୍ବା ଚିହ୍ନ ନ ଥିବା ଜିରାଫ ସମ୍ମୁଖକୁ ଆସି ନ ଥିଲା । ସାଧାରଣତଃ ଜିରାଫ ଶରୀରରେ ଗାର କିମ୍ବା ଚିହ୍ନ ରହିଥାଏ । ଧୂସର ରଙ୍ଗର ଶିଶୁ ଜିରାଫ ସମ୍ପୂର୍ଣ୍ଣ ନିର୍ମଳ ରହିଛି । ଯାହାକି ପ୍ରାଣୀ ବିଶେଷଜ୍ଞମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ମାଆ ଜିରାଫର ଶରୀରରେ ଚିହ୍ନ ରହିଛି । ଏହି ନୂତନ ଧରଣର ଜିରାଫର ନାମକରଣ ପାଇଁ ଜୁ ଆଡମିନିଷ୍ଟ୍ରେଶନ ସୋସିଆଲ ମିଡିଆର ସାହାଯ୍ୟ ନେଇଛନ୍ତି । କିପକୀ, ଜାମେଲା ପରି ନାମ ଏହି ଜିରାଫ ପାଇଁ ପଶୁପ୍ରେମୀମାନେ ଦେଇଛନ୍ତି । ଜିରାଫର ଜନ୍ମ ୩୧ ଜୁଲାଇରେ ହୋଇଥିଲା । ଏହାର ଉଚ୍ଚତା ଅନ୍ୟମାନଙ୍କ ପରି ଫୁଟ ପାଖାପାଖି ରହିଛି ।

ଏହି ଜିରାଫ ଉପରେ ଅଧିକାରୀମାନେ ବିଶେଷ ନଜର ରଖିଛନ୍ତି । ସୂଚନାଯୋଗ୍ୟ, ଏବେ ବିଶ୍ୱରେ ଦ୍ରୁତ ବେଗରେ ଜିରାଫଙ୍କ ସଂଖ୍ୟା କମିବାରେ ଲାଗିଛି । ୩୦ ବର୍ଷ ମଧ୍ୟରେ ୪୦ ପ୍ରତିଶତ ଜିରାଫ ଲୋପ ପାଇଗଲେଣି । ବର୍ତମାନ ଜିରାଫଙ୍କ ବଂଶବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ କଣ ପାଇଁ ଏହି ଜିରାଫରେ ଶରୀରରେ କୌଣସି ପ୍ରକାର ଚିହ୍ନ କିମ୍ବା ଗାର ରହିଲାଣି ସେ ନେଇ ଗବେଷଣା ଆରମ୍ଭ ହୋଇଛି ।

Comments are closed.