Latest Odisha News

ରହସ୍ୟମୟ ଢ଼ଙ୍ଗରେ ବନ୍ଦ ହୋଇଗଲା ବିଶ୍ୱର ବୃହତମ ଫେରିସ ହ୍ୱିଲ

ଦୁବାଇ: ଦୁବାଇରେ ୨ ବର୍ଷ ତଳେ ନିର୍ମିତ ହୋଇଥିବା ବିଶ୍ୱର ସବୁଠାରୁ ବୃହତମ ଫେରିସ ହ୍ୱିଲ ରହସ୍ୟମୟ ଢ଼ଙ୍ଗରେ ବନ୍ଦ ହୋଇଯାଇଛି । ୟୁଏଇର ବଡ ବଡ ଅଟ୍ଟାଳିକା ପାଇଁ ବିଖ୍ୟାତ ଏନ ଦୁବାଇ ଅଂଚଳରେ ଏହି ବିଶାଳକାୟ ଫେରିସ ହ୍ୱିଲ ସେ ସମୟରେ ଚର୍ଚ୍ଚାର କାରଣ ସାଜିଥିଲା । ଏହାକୁ ଦୁବାଇର ଆଖି ଭାବେ ମଧ୍ୟ ବର୍ଣ୍ଣନା କରାଯାଇଥାଏ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହାକୁ ଆକର୍ଷଣୀୟ କରାଯାଇଥିଲା । ତେବେ ହଠାତ ଏହା କାହିଁକି ବନ୍ଦ ହେଲା ତାହା ସ୍ପଷ୍ଟ ଭାବେ ଜାଣା ପଡୁ ନାହିଁ । ବର୍ତମାନ କେବଳ ଏଥିରେ ଲାଗିଥିବା ଲାଇଟ ଜଳୁଛି । ଏହି ଫେରିସ ହ୍ୱିଲ ନିକଟରେ ଦୋକାନ ବଜାର କରିଥିବା ବ୍ୟବସାୟୀମାନେ ଏହା ପୁନର୍ବାର ଖୋଲିବ ବୋଲି ଆଶା ଛାଡି ଦେଇଛନ୍ତି ।

ଏହି ଫେରିସ ହ୍ୱିଲ ୨୫୦ ମିଟର ଉଚ୍ଚତାରେ ସ୍ଥାପନ କରାଯାଇଛି । ଏହାର ଖମ୍ବଗୁଡିକର ଲମ୍ବ ୧୫ ବସ ବରାବର ହେବ । ୧୭୫୦ ଲୋକ ଏକକାଳୀନ ଏହାର ମଜା ଉଠାଇପାରିବେ । ଟିକେଟର ମୂଲ୍ୟ ୨୭ରୁ ୧୨୮୦ ଡଲାର ପର୍ଯ୍ୟନ୍ତ ରହିଥିଲା । ଏହି ରାଇଡର ମଜା ଉଠାଇଥିବା ଅନେକ ପର୍ଯ୍ୟଟକଙ୍କ ମତରେ ଏହାର ସବୁ କିଛି ଠିକ ଥିଲା ହେଲେ ବହୁତ ଧୀରେ ବୁଲୁଥିଲା ।

Comments are closed.