Latest Odisha News

ବିଶ୍ୱର ସବୁଠାରୁ ଧୀମା ପରୀକ୍ଷଣ..୧୦୦ ବର୍ଷ ହୋଇଗଲାଣି, ଏବେ ବି ଚାଲିଛି

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ସର୍ବଦା ତାଙ୍କ ପରୀକ୍ଷଣ ନେଇ ଦୁନିଆକୁ ନୂଆ ଦିଗ ପ୍ରଦାନ କରିଥାନ୍ତି । ପ୍ରତ୍ୟେକ ଗବେଷଣାରେ ଅନେକ ସମୟ ଲାଗିଥାଏ । ଏ ଭଳି ଏକ ପ୍ରୟୋଗ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏହାକୁ ସବୁଠାରୁ ଧୀମା ପରୀକ୍ଷଣ ବୋଲି କୁହାଯାଇଛି । ସୋସିଆଲ ମିଡିଆରେ ଏହା ପ୍ରସାରିତ ହେବା ପରେ ଏହି ପରୀକ୍ଷଣ ଭାଇରାଲ ହେବାରେ ଲାଗିଛି । ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ପିଚ ଡ୍ରପ ପ୍ରୟୋଗ ପରୀକ୍ଷଣ କରି ଆସୁଛନ୍ତି । ୧୯୨୭ରେ ଏହି ପରୀକ୍ଷଣ ଆରମ୍ଭ ହୋଇଥିଲା ।

ପିଚ ନାମକ ଏକ ପଦାର୍ଥର ଘନତ୍ୱ ଏବଂ ପ୍ରବାହଶୀଳତାକୁ ମାପିବା ପାଇଁ ଏହି ପରୀକ୍ଷଣ କରାଯାଉଛି । କାଚର ଫନଲରେ ପିଚକୁ ରଖାଯାଇଛି । ଏ ପର୍ଯ୍ୟନ୍ତ ମାତ୍ର ୯ ଡ୍ରପ୍ସ ପଡିଛି । ସବୁଠାରୁ ମଜାର କଥା ପରୀକ୍ଷଣ କରୁଥିବା ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ନିଜ ଆଖିରେ ଏହି ଡ୍ରପ୍ସ ପଡିଥିବା ଦେଖି ନାହାନ୍ତି । ପର୍ଯ୍ୟାୟକ୍ରମେ ବୈଜ୍ଞାନିକମାନେ ଏହି ପରୀକ୍ଷଣ ଉପରେ ନଜର ରଖିଛନ୍ତି । ୯୪ ବର୍ଷରେ ମାତ୍ର ୯ ଡ୍ରପ୍ସ ପଡିଥିବାରୁ ଏହାକୁ ସବୁଠାରୁ ଧୀମା ପରୀକ୍ଷଣ କୁହାଯାଉଛି । ଏହା ଗିନଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।

Leave A Reply

Your email address will not be published.