Latest Odisha News

BREAKING NEWS

ଦେଖିବାକୁ ସୁନ୍ଦର, ହେଲେ ଦୁନିଆର ସବୁଠାରୁ ବିପଜ୍ଜନକ ପକ୍ଷୀ

ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଓ ଭିଡ଼ିଓ ଭାଇରାଲ ହୁଏ, ଯାହା ଆମକୁ ଜଙ୍ଗଲ ଏବଂ ବନ୍ୟଜନ୍ତୁ ବିଷୟରେ ବହୁତ ସୂଚନା ଦେଇଥାଏ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଥିରେ ଦେଖିବାକୁ ମିଳିଛି ଦୁନିଆର ସବୁଠୁ ସୁନ୍ଦର ଓ ଭୟଙ୍କର ପକ୍ଷୀ । ଏହି ପକ୍ଷୀ ଯଦି କୌଣସି ମଣିଷ ସାମ୍ନାକୁ ଆସିଯାଏ, ସେ ତାକୁ ଆକ୍ରମଣ କରି ସଙ୍ଗେ ସଙ୍ଗେ ହତ୍ୟା କରିଦିଏ । ଆସନ୍ତୁ ଜାଣିବା ଏହାର ନାମ କ’ଣ ଏବଂ ଏହା କେଉଁଠାରେ ମିଳିଲା?

ଏହାର ନାମ କାସୋୱାରୀ । ଅଷ୍ଟ୍ରେଲିଆ ଏବଂ ପଶ୍ଚିମ ଆଫ୍ରିକା ଦେଶରେ ଏହା ଦେଖାଯାଇଥାନ୍ତି । ଏହି ପକ୍ଷୀ ଦେଖିବାକୁ ସମ୍ପୂର୍ଣ୍ଣ ଓଟପକ୍ଷୀ ପରି । ଏହାର ଓଜନ ବି ଅଧିକ ଭାରୀ । ଅଣ୍ଡିରା ପକ୍ଷୀର ହାରାହାରି ଓଜନ ୫୯ କିଲୋରୁ ଅଧିକ ରହୁଥିବା ବେଳେ ମାଈ ପକ୍ଷୀର ଓଜନ ୩୫ କିଲୋରୁ ଅଧିକ ରହିଥାଏ । ଏହାକୁ ଡାଇନୋସରର ବଂଶ ଭାବରେ ବିବେଚନା କରାଯାଏ ।

ସେମାନଙ୍କର ମୁଣ୍ଡର ଉପରେ ଏକ ହେଲମେଟ ସଦୃଶ ରହିଛି, ଯାହା ଡାଇନୋସର ପରି ହୋଇଥାଏ । ସେଥିପାଇଁ ଏହାକୁ ମିନି ଡାଇନୋସର ମଧ୍ୟ କୁହାଯାଏ । ପ୍ରାୟତଃ ଏହି ପକ୍ଷୀ ନିଜ ବଂଶ ଭିତରେ ରହିଥାନ୍ତି । ଯଦି ସେମାନଙ୍କ ଭିତରୁ କେହି ବାହାରକୁ ଚାଲି ଆସନ୍ତି, ତାହାହେଲେ ସେମାନେ ମଣିଷ ଓ ପଶୁପକ୍ଷୀଙ୍କୁ ମାରି ଦେଇଥାନ୍ତି । ସେମାନଙ୍କ ପାଦର ଆଙ୍ଗୁଠିର ଭିତର ଭାଗରେ ଛୁରୀ ଭଳି ନଖ ଅଛି, ଯାହାଦ୍ୱାରା ଏହା ମଣିଷଙ୍କ ପେଟକୁ ଚିରି ଦେଇପାରନ୍ତି । ଏମାନଙ୍କ ଆଖି ଦେଖିବାକୁ ଭୟଙ୍କର । ସେଥିଲାଗି ଏହାର ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସବୁଠାରୁ ବିପଜ୍ଜନକ ପକ୍ଷୀ ଭାବରେ ରେକର୍ଡ କରାଯାଇଛି । ଏମାନେ ପାଣିରେ ଭଲ ଭାବେ ପହଁରିବା ସହ ମାଛ ଖାଇଥାନ୍ତି । ସେମାନେ ପ୍ରାୟତଃ ଜଳ ଚାରିପାଖରେ ରହିବାକୁ ପସନ୍ଦ କରନ୍ତି ।

Leave A Reply

Your email address will not be published.