Latest Odisha News

BREAKING NEWS

ଦୁନିଆର ସବୁଠୁ ଦାମୀ ପୋକ, ଯାହାର ମୂଲ୍ୟ ଅଡି-ବିଏମଡବ୍ଲୁ ସହିତ ସମାନ

ପୋକର ମୂଲ୍ୟ କୋଟିଏ ଟଙ୍କା । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ପୃଥିବୀରେ ୨ରୁ ୩ ଇଞ୍ଚର ଏମିତି ଏକ ପୋକ ରହିଛି, ଯାହାର ମୂଲ୍ୟ ଅଡ଼ି-ବିଏମଡବ୍ଲୁ ଭଳି ବିଳାସପୂର୍ଣ୍ଣ କାରଠାରୁ ମଧ୍ୟ ଅଧିକ । କିଛି ବର୍ଷ ପୂର୍ବେ ଜଣେ ଜାପାନୀ  ବ୍ୟବସାୟୀ ୮୯,୦୦୦ଡଲାରରେ ଏହି ପୋକ ବିକ୍ରି କରିଥିଲେ । କୁହାଯାଏ ଯେ ଏହା ପୃଥିବୀରେ ଥିବା ସବୁଠାରୁ ଛୋଟ, ଅଦ୍ଭୁତ ଏବଂ ବିରଳ ପ୍ରଜାତି ପୋକ ଅଟେ ।

ଏହି ପୋକର ନାମ ଷ୍ଟେଗ ବିଟଲ୍, ଏହା ଲୁକାନିଡେ ପରିବାରର ସଦସ୍ୟ, ଯାହାର ୧୨୦୦ପ୍ରଜାତି ରହିଛି । ଏହାକୁ ପାଳିବା ପାଇଁ ଲୋକମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ । ଏହା ଦେଖିବାକୁ ବହୁତ ଛୋଟ । ଏହି ପୋକରୁ ଅନେକ ବଡ ବଡ ରୋଗ ପାଇଁ ଔଷଧ ତିଆରି ହୋଇଥାଏ, ଯେଉଁଥିପାଇଁ ଏହାର ମୂଲ୍ୟ ଏତେ ଅଧିକ । ଏହି କାରଣରୁ, ଏହି ପ୍ରଜାତି ବିଲୁପ୍ତ ହେବାର ବିପଦ ମଧ୍ୟ ବଢିବାରେ ଲାଗିଛି।

ଷ୍ଟେଗ ବିଟଲ୍ ଏତେ ସୂକ୍ଷ୍ମ ଯେ ଏହା ଅତ୍ୟଧିକ ଥଣ୍ଡାକୁ ସହ୍ୟ କରିପାରେ ନାହିଁ । ଯଦି ଏହି ପୋକ ଶୀତ ଋତୁରେ ନିଜକୁ ରକ୍ଷା ନ କରିପାରେ ତେବେ ତାର ମୃତ୍ୟୁ ହୋଇଥାଏ । ଏହାର ମୁଣ୍ଡରେ କଳା ଶିଙ୍ଗ ଅଛି । ସେଗୁଡ଼ିକ ପ୍ରାୟ ୧୦୦ ରୁ ୫ ଇଞ୍ଚ ମଧ୍ୟରେ ଥାଏ । ଲୋକମାନେ ଏହି ପୋକକୁ ନିଜ ସଉକ ପାଇଁ ରଖିଥାନ୍ତି । ଏହା କେବଳ ଗରମ ସ୍ଥାନରେ ରହିଥାଏ ।

କେବଳ ଏତିକି ନୁହେଁ, ଏହି ପୋକଗୁଡ଼ିକ ପ୍ରାୟ ସାତ ବର୍ଷ ବଞ୍ଚିଥାନ୍ତି । ଷ୍ଟେଗ୍ ବିଟେଲ ଫଳ ରସ, ଗଛର ରସ ଖାଇଥାନ୍ତି । ଏହାର ଜିଭ କମଳା ରଙ୍ଗର ଅଟେ । ଅନେକ ଦେଶରେ ଏହି ପୋକକୁ ବିଲୁପ୍ତ ବର୍ଗରେ ରଖାଯାଇଛି ।

Comments are closed.