Latest Odisha News

BREAKING NEWS

ଏମିତି ଗାଁ ଯେଉଁଠିକୁ ବୋଟ୍‌ରେ ଯାଆନ୍ତି ଲୋକେ

ଦୁନିଆର ଯେକୌଣସି ସ୍ଥାନକୁ ସଂଯୋଗ କରିବାରେ ମାଧ୍ୟମ ହେଉଛି ସଡ଼କମାର୍ଗ । ଯାତ୍ରୀ ପରିବହନଠାରୁ ଆରମ୍ଭ କରି ସାମଗ୍ରୀ ପରିବହନ ସବୁକିଛି ସଡ଼କ ମାଧ୍ୟମରେ ହୋଇଥାଏ । ହେଲେ ଦୁନିଆରେ ଏମିତି ଏକ ଗାଁ ଅଛି, ଯେଉଁଠିକୁ ଆଦୌ ସଡ଼କ ପଥ ସଂଯୋଗ ନାହିଁ । ତେଣୁ ଏହି ଗାଁରେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ କେବଳ ଜଳପଥ ଉପରେ ନିର୍ଭର କରିଥାନ୍ତି । ନେଦରଲାଣ୍ଡରେ ରହିଛି ଭିନ୍ନ ଚର୍ଚ୍ଚିତ ଏହି ଗାଁ ।

BjdElectrycity

ଗାଁର ନାଁ ହେଉଛି ‘ଗିର୍ଥାନ’ । ଏଠି ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି । ଗାଁର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନଲୋଭା । ଗାଁର ସ୍ୱାତନ୍ତ୍ର‌୍ୟ ପାଇଁ ଏହା ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିିଛି । ଏହି ଗାଁକୁ ଯିବାକୁ ହେଲେ ଆଦୌ ସଡ଼କ ନାହିଁ । ଚାରିଆଡ଼େ ପାଣି, ମଝିରେ ଗାଁ । ଏହାକୁ ଟାପୁ ଗାଁ ବୋଲି କୁହାଯାଇପାରେ । ଏହାକୁୁ ନେଦରଲାଣ୍ଡର ଭେନିସ୍ ମଧ୍ୟ କୁହାଯାଏ । ଏଠାରେ ରାସ୍ତା ନ ଥିବାରୁ ସ୍ଥାନୀୟ ବାସିନ୍ଦା କୌଣସି ଗାଡ଼ିମୋଟର କିଣନ୍ତି ନାହିଁ । ସମସ୍ତେ କେବଳ ବୋଟ୍ ବା ଡଙ୍ଗା ହିଁ କିଣିଥାନ୍ତି, ଯାହା ଯାତାୟତର ଏକମାତ୍ର ଭରସା ପାଲଟିଥାଏ । ଟାପୁ ଭିତରେ ଥିବାରୁ ଏହି ଗାଁର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଦୂରଦୂରାନ୍ତରୁ ବର୍ଷ ତମାମ ବହୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।
ସବୁଠୁ ବଡ଼ କଥା ହେଲା, ଏହି ଗାଁରେ କୌଣସି ଗାଡ଼ିମୋଟର ଚାଲୁ ନ ଥିବାରୁ ଗାଁଟି ପ୍ରଦୂଷଣମୁକ୍ତ ଭାବେ ବେଶ୍ ଚର୍ଚ୍ଚିତ । ଗାଁର ଗୋଟିଏ ଘରୁ ଅନ୍ୟ ଘରକୁ ଯିବାକୁ ହେଲେ କାଠ ତିଆରି ପୋଲ ଦେଇ ଯାଆସ କରନ୍ତି । ସେଥିପାଇଁ ଏଠାରେ ଅନେକ କାଠ ପୋଲ ରହିଛି, ଯାହା ତଳେ ଡଙ୍ଗାଗୁଡ଼ିକ ଯିବାଆସିବା କରିଥାନ୍ତି । ବାହାରୁ ଦେଖିଲେ ଏହା ଚମତ୍କାର ଦୃଶ୍ୟ ଭଳି ମନେ ହୁଏ । ଗାଁରେ ସମୁଦାୟ ୧୮୦ଟି ପୋଲ ଅଛି । ଯଦିଓ ଅଧିକାଂଶ ଲୋକେ ଏଠାରେ ମୋଟର ଡଙ୍ଗା ବ୍ୟବହାର କରିଥାନ୍ତି, ତଥାପି ପ୍ରତ୍ୟେକ ପରିବାରର ନିଜସ୍ୱ ଡଙ୍ଗା ଅଛି । ଶୀତଦିନେ ଏହି ସ୍ଥାନରେ ବରଫ ଜମା ହୋଇଥାଏ, ଯେଉଁଥିପାଇଁ ଲୋକମାନେ ବରଫ ସ୍କେଟିଂକୁ ଉପଭୋଗ କରିଥାନ୍ତି ।

Leave A Reply

Your email address will not be published.