Latest Odisha News

ଜର୍ମାନୀରେ ମିଳିଲା ସର୍ବ ପୁରାତନ ଆଭୂଷଣ, ହରିଣ ଖୁରାରେ ନିର୍ମିତ

ନୂଆଦିଲ୍ଲୀ: ଜର୍ମାନୀରେ ଆଜି ବିଶ୍ୱର ସର୍ବ ପୁରାତନ ଆଭୂଷଣ ମିଳିଛି । ହରିଣ ଖୁରାରେ ନିର୍ମିତ ଏହି ଅଳଙ୍କାର ୫୧ ହଜାର ବର୍ଷ ତଳର ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଜର୍ମାନୀର ଷ୍ଟେଟ ସର୍ଭିସ ଫର କଲଚରାଲ ହେରିଟେଜ ଟିମଙ୍କ ରିପୋର୍ଟ ଅନୁସାରେ ନିଣ୍ଡରଥାଲ ପ୍ରଜାତିର ଲୋକେ ନିଜକୁ ସଜେଇବା ପାଇଁ ଏ ଭଳି ଅଳଙ୍କାର ପ୍ରସ୍ତୁତ କରୁଥିଲେ । ହାର୍ଜ ପାହାଡର ୟୁନିକର୍ଣ୍ଣ ଗୁମ୍ଫାରୁ ଏହା ମିଳିଥିଲା ।

ସେ ସମୟରେ ଆଭୂଷଣ ପ୍ରସ୍ତୁତ କରିବା ପାଇଁ ହାଡର ବ୍ୟବହାର କରାଯାଉଥିଲା ବୋଲି ଗବେଷକମାନେ କହିଛନ୍ତି । ଥ୍ରୀଡି ମାଇକ୍ରୋସ୍କୋପିକ ଓ ସିଟି ସ୍କାନରୁ ଏହା ସମ୍ବନ୍ଧରେ ଅନେକ ତଥ୍ୟ ମିଳିଛି ।

Leave A Reply

Your email address will not be published.