Latest Odisha News

BREAKING NEWS

ଦୁନିଆର ସବୁଠୁ ଛୋଟ ସହରଛ ଯେଉଁଠି ରୁହନ୍ତି ମାତ୍ର ୫୮ ଲୋକ, ସମସ୍ତେ କୋଟିପତି

ନ୍ୟୁୟର୍କ: ଦୁନିଆରେ ଅନେକ ସ୍ଥାନ ଅଛି ଯେଉଁଠାରେ ଏବେ ବି ମଣିଷ ବସବାସ କରନ୍ତି ନାହିଁ । ସେହି କାରଣରୁ ଆଜି ବି ଲୋକମାନେ ଏହି ସ୍ଥାନଗୁଡ଼ିକ ବିଷୟରେ ଅଜ୍ଞ । କିନ୍ତୁ ଏହି ସ୍ଥାନଗୁଡିକ ବିଷୟରେ ଲୋକେ ଯେତେବେଳେ ଜାଣିବାକୁ ପାଆନ୍ତି, ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆମେ ଆପଣଙ୍କୁ ଆମେରିକାର ଏପରି ଏକ ଛୋଟ ସହର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ୧୦୦ ଜଣ ଲୋକ ମଧ୍ୟ ବସବାସ କରନ୍ତି ନାହିଁ । କିନ୍ତୁ ସମସ୍ତ ପରିବାର କୋଟିପତି ।

ନିକଟରେ ଆମେରିକାର ଏହି ସହରର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଜନ୍ ୱାଇଜ୍ ନାମକ ଜଣେ ୟୁଟ୍ୟୁବର୍ ଏହି ସହରର ଏକ ଭିଡ଼ିଓ ସେୟାର କରିଥିଲେ । ଆମେରିକାରେ ଥିବା ଏହି ଛୋଟ ସହରର ନାମ ହେଉଛି ମେଣ୍ଟୋନ୍ । ୧୯୩୧ ମସିହାରେ ଏହି ଛୋଟ ସହର ଆରମ୍ଭ ହୋଇଥିଲା । ସେ ସମୟରେ ଏଠାରେ ଲୋକସଂଖ୍ୟା ଥିଲା ଖୁବ୍ ନଗନ୍ୟ । ତେବେ ୧୯୬୭ ମସିହାରେ ଏହି ସହରର ଜନସଂଖ୍ୟା ପ୍ରାୟ ୪୨ ଥିଲା । ସେତେବେଳେ ଏଠାରେ କୌଣସି ଜଳର ସୁବିଧା ନ ଥିବା ସହ ବ୍ୟାଙ୍କ, ଡାକ୍ତରଖାନା, ସ୍କୁଲ,କଲେଜ, କ୍ଲବ କିମ୍ବା ଶ୍ମଶାନ ବି ନ ଥିଲା । ବର୍ତ୍ତମାନ ଏଠାରେ ଜଳର ସୁବିଧା କରାଯାଇଛି, କିନ୍ତୁ ଅନ୍ୟାନ୍ୟ ସୁବିଧା ଏହି ସହରରେ ପହଞ୍ôଚ ପାରିନାହିଁ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ୱାର୍ଲ୍ଡ ପପୁଲେସନ୍ ରିଭ୍ୟୁ ରିପୋର୍ଟ ଅନୁଯାୟୀ ଏହି ସହରରେ ଏବେକାର ଲୋକସଂଖ୍ୟା ୫୮ । ଏଠାରେ ଅନେକ ଅଟ୍ଟାଳିକା ଧ୍ୱଂସ ହୋଇଯାଇଥିବା ବେଳେ ଆଉ କିଛି ଭଲ ଅବସ୍ଥାରେ ଥିଲେ ମଧ୍ୟ ଖାଲି ପଡିଛି । କିନ୍ତୁ ଏହାର ନିକଟକୁ ଗଲେ ସବୁ ସ୍ଥାନରେ ବଡ଼ ବଡ଼ କାରଖାନା, ମେସିନ୍ ଏବଂ ତୈଳ ଶିଳ୍ପ ଦେଖିବାକୁ ପାଇବେ ।

ଏହି ସହର ଜନସଂଖ୍ୟା କମ୍ ହୋଇପାରେ, କିନ୍ତୁ ଏହାର ମୁଣ୍ଡପିଛା ଆୟ ଦେଶରେ ସର୍ବାଧିକ । କେବଳ ତୈଳ ଶିଳ୍ପ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ୨୦୨୧ ମସିହାରେ, ସମଗ୍ର ସହରର ହାରାହାରି ଘରୋଇ ଆୟ ୯୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା । ଏହି ଆଧାର ଅନୁଯାୟୀ, ଏଠାରେ ଥିବା ଲୋକମାନେ ପ୍ରାୟ କୋଟିପତି ଅଟନ୍ତି ।

Comments are closed.