Latest Odisha News

ବୃନ୍ଦାବନରେ ନିର୍ମିତ ହେଡଛି ବିଶ୍ୱର ସବୁଠାରୁ ବଡ ମନ୍ଦିର

ମଥୁରା: ମଥୁରାର ବୃନ୍ଦାବନରେ ନିର୍ମିତ ହେଉଛି ଦୁନିଆର ସବୁଠାରୁ ବଡ ଓ ଭବ୍ୟ ମନ୍ଦିର । ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଏହି ମନ୍ଦିରର ନାମ ଚନ୍ଦ୍ରୋଦୟ ମନ୍ଦିର ରଖାଯାଇଛି । କୁତବ ମୀନାରଠାରୁ ଏହା ୩ଗୁଣ ଉଚ୍ଚତା ବିଶିଷ୍ଟ ହେବ । ଏହାର ମୂଳଦୁଆ ବିଶ୍ୱର ସବୁଠାରୁ ଉଚ୍ଚ ବୁର୍ଜ ଖଲୀଫାଠାରୁ ୩ଗୁଣ ଗଭୀର ରହିଛି । ଚନ୍ଦ୍ରୋଦୟ ମନ୍ଦିରର ପ୍ରଥମ ବ୍ଲକ ପ୍ରସ୍ତୁତ ହୋଇ ସାରିଛି । ୨୧୦ ମିଟର ଉଚ୍ଚ ବିଶିଷ୍ଟ ଏହି ମନ୍ଦିର ପିରାମିଡ ଆକୃତିର ହେବ । ୨୦୧୪ରେ ସେ ସମୟରେ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହାର ଶିଳାନ୍ୟାସ କରିଥିଲେ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂର୍ଖାଜୀ ୧୬ ନଭେମ୍ବର ୨୦୧୪ରେ ଏହାର ଆଧାରଶୀଳା ରଖିଥିଲେ ।

ବୁର୍ଜ ଖଲୀଫାର ମୂଳଦୁଆ ୫୦ ମିଟର ଗଭୀର ହୋଇଥିବା ବେଳେ ଚନ୍ଦ୍ରୋଦୟ ମନ୍ଦିରର ୫୫ ମିଟର ରଖାଯାଇଛି । ମନ୍ଦିରର ଶୀର୍ଷରେ ଲଗାଯିବାକୁ ଥିବା ଟେଲିସ୍କୋପ ମାଧ୍ୟମରେ ତାଜମହଲକୁ ଦେଖି ହେବ । ମନ୍ଦିରର ପ୍ରଥମ ୩ ଶୃଙ୍ଖଳରେ ଚୈତନ୍ୟ ମହାପ୍ରଭୁ, ଶ୍ରୀରାଧା, କୃଷ୍ଣ ଓ ବଳରାମଙ୍କ ମନ୍ଦିର ରହିବ । ୧୯୭୨ରେ ଏହି ମନ୍ଦିରର କଳ୍ପନା ଶ୍ରୀଲ ପ୍ରଭୂପାଦ କରିଥିଲେ । ନଭେମ୍ବରରେ ଏହି ମନ୍ଦିରର କାର୍ଯ୍ୟ ଆରମ୍ଭ ହେବ ।

Leave A Reply

Your email address will not be published.