Latest Odisha News

ଦୁନିଆର ସବୁଠୁ ବଡ଼ ୱିଗ୍ : ଯାହାର ଓସାର ୮ ଫୁଟ

ଅଷ୍ଟ୍ରେଲିଆ: ଆଜିକାଲି କେଶ ଉପୁଡ଼ିବା ସାଧାରଣ କଥା ହୋଇଗଲାଣି । ବିଭିନ୍ନ କାରଣ ଯୋଗୁ କେଶ ଉପୁଡ଼ୁଥିବା ବେଳେ କେହି ଗୁରୁତର ରୋଗରେ ଆକ୍ରାନ୍ତ ହେଲେ କେଶ ଉପୁଡ଼ିବା ଆରମ୍ଭ କରେ । ଫଳରେ ଅଧିକାଂଶ ଲୋକ ଚନ୍ଦା ହୋଇଯାଇଥାନ୍ତି । ତେଣୁ ନିଜର ସୌନ୍ଦର୍ଯ୍ୟ ପାଇଁ ଅନେକ ୱିଗ୍ ବା ନକଲି କେଶ ବ୍ୟବହାର କରିଥାନ୍ତି । ସମସ୍ତେ ନିଜ ମୁହଁକୁ ସୁନ୍ଦର ଦେଖାଯାଉଥିବା ୱିଗ୍ ଲଗାଇଥାନ୍ତି । କିନ୍ତୁ ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି ଦୁନିଆର ସବୁଠୁ ବଡ଼ ୱିଗ୍ ତିଆରି କରି ଏବେ ବିଶ୍ୱ ରେକର୍ଡ଼ କରିଛନ୍ତି ।

ଅଷ୍ଟ୍ରେଲିଆରେ ରୁହନ୍ତି ଦାନି ରେନୋଲ୍ଡସ୍ । ସେ ଏବେ ତିଆରି କରିଛନ୍ତି ପୃଥିବୀର ସବୁଠାରୁ ବଡ଼ ଓ ଓସାରିଆ ୱିଗ୍ । ଯାହାର ଓସାର ୮ ଫୁଟ୍ ୬ ଇଞ୍ଚ । ଉକ୍ତ ୱିଗ୍‌କୁ ତିଆରି କରିବା ଲାଗି ଦାନି ଓ ତାଙ୍କ ସହକର୍ମୀ ମେଗ୍ ୱିଲସନ୍‌ଙ୍କୁ ଦୁଇ ମାସରୁ ଉର୍ଦ୍ଧ୍ୱ ସମୟ ଲାଗିଥିଲା । ଆଉ ଖର୍ଚ୍ଚ ହୋଇଥିଲା ୪୦୦୦ ଡଲାର ।

ଦାନିଙ୍କ ପାଇଁ ସବୁଠୁ ବଡ଼ କଥା ଥିଲା, ଏତେବଡ଼ ୱିଗ୍‌କୁ ଯିଏ ପିନ୍ଧିବ ତାହା କିପରି ତାଙ୍କ ମୁଣ୍ଡରେ ଭାରସାମ୍ୟ ରକ୍ଷା କରିବ । ଯେପରି ଏହାର ଓଜନ ତାଙ୍କୁୁ କଷ୍ଟ ନ ହେବ । ତେଣୁ ଏହାକୁ ତିଆରି କରିବାବେଳେ ଏହାର ସପୋର୍ଟ ଷ୍ଟ୍ରକ୍ଚର ପାଇଁ ହେଲମେଟ୍‌, ପିଭିସି ପାଇପ୍‌,ଆଲୁମିନିୟମ ରଡ୍ , ପୁଲ୍ ନୁଡଲ୍ସ, କେବଲ ଟାଇସ୍ ଆଦିକୁ ବ୍ୟବହାର କରିଥିଲେ । ଆଉ ଏହି ବଡ଼ ୱିଗ୍‌କୁ ସଫଳ ଭାବେ ତିଆରି କରି ଗିନିଜ୍ ୱାଲଡ଼ ରେକର୍ଡ଼ କରିଛନ୍ତି ।

Leave A Reply

Your email address will not be published.