Latest Odisha News

BREAKING NEWS

ସାଢେ ପାଞ୍ଚ ବର୍ଷରେ ଗର୍ଭବତୀ ହୋଇଥିଲା ଏହି ଝିଅଟି, ୩ କିଲୋର ଏକ ଶିଶୁ ପୁତ୍ରକୁ ଦେଇଥିଲେ ଜନ୍ମ

ଭୁବନେଶ୍ଵର: ବୟସ ମାତ୍ର ସାଢେ ୫ବର୍ଷ । ଯେଉଁ ବୟସରେ ଜଣେ ଶିଶୁ ଭଲରେ କଥାବି କହିପାରେନି ସେହି ବୟସରେ ଯଦି ଏକ ଶିଶୁ ଗର୍ଭବତୀ ହୁଏ ତେବେ ସେହି ଶିଶୁ ପାଇଁ ତା’ ଜୀବନ କେତେ ଯେ କଷ୍ଟମୟ ତାହା ଭାବିବା ବି ମୁସ୍କିଲ । ଏବେ ଆପଣ ଭାବୁଥିବେ ଯେ ଆମେ ଏପରି କଣ କହୁଛୁ । ୫ବର୍ଷ ବୟସରେ ଏକ ଶିଶୁ କିଭଳି ବା ଗର୍ଭବତୀ ହୋଇପାରିବ । ଆଜ୍ଞା ହଁ ବିଶ୍ଵାସ ହେଉନଥିଲେ ବ କଥା ଟି ସତ୍ୟ । ବାସ୍ତବରେ ଏହି କାହାଣୀ ୧୯୩୯ ମହିହାର । ଏକ ୫ବର୍ଷ ୭ମାସର ଶିଶୁର ପେଟ ଅଚାନକ ବଢିବାରେ ଲାଗିଲା । ଯାହାକୁ ଦେଖି ଶିଶୁଟିର ପିତା-ମାତା ପେଟରେ ଟ୍ୟୁମର ହୋଇଥିବା କଥା ଭାବିଥିଲେ । କିନ୍ତୁ ଯେତେବେଳେ ତାଙ୍କ ସାମ୍ନାକୁ ପ୍ରକୃତ ସତ୍ୟ ଆସିଲା ସତେବେଳେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

ଲୀନା ମେଦିନା ନାମକ ଏକ ଝିଅ ତାଙ୍କ ପିତାମାତାଙ୍କ ସହିତ ଲାଟିନ୍ ଆମେରିକୀୟ ରାଷ୍ଟ୍ର ପେରୁରେ ରହୁଥିଲେ। ସାଢେ ପାଞ୍ଚ ବର୍ଷ ବୟସରେ ଅଚାନକ ତାଙ୍କ ପେଟ ବଢିବାରେ ଲାଗିଲା । ଝିଅର ବଢୁଥିବା ପେଟକୁ ଦେଖି ବାପା-ମା’ ଝିଅର ପେଟରେ ଟ୍ୟୁମର ହୋଇଥିବା କଥା ଭାବି ଚିନ୍ତାରେ ପଡିଯାଇଥିଲେ । ଟ୍ୟୁମରର ଚିକିତ୍ସା ପାଇଁ ବାପା-ମା’ ଝିଅକୁ ଗାଁ ଠାରୁ ଦୁରରେ ଥିବା ଏକ ଡାକ୍ତରଖାନାକୁ ନେଇଯାଇଥିଲେ । ଯେତେବେଳେ ସେ ଝିଅକୁ ନେଇ ଡାକ୍ତଖାନା ଗଲେ ତ ସେଠାରେ ତାଙ୍କୁ ଡାକ୍ତର କୌଣସି ଟ୍ୟୁମର ପାଇଁ ନୁହେଁ ବରଂ ତାଙ୍କ ଝିଅ ଗର୍ଭବତୀ ଥିବା କଥା କହିଥିଲେ । ଏ କଥା ଜାଣି ଝିଅର ବାପା-ମା’ଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଯିଏ ବି ଏହି କଥା ଶୁଣୁଥିଲେ କେହି ହେଲେ ବି ଏହାକୁ ବିଶ୍ଵାସ କରିପାରୁନଥିଲେ ।

ସୂଚନା ଅନୁସାରେ, ଲୀନା ମେଦିନା ମାତ୍ର ୫ ବର୍ଷ, ୭ ମାସ ୨୧ ଦିନ ବୟସରେ ୩କିଲୋର ଏକ ସୁସ୍ଥ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । କୁହାଯାଏ ଯେ, ଲୀନାଙ୍କର ୩ ବର୍ଷ ବୟସରେ ହିଁ ଋତୁସ୍ରାବ ଆରମ୍ଭ ହୋଇଯାଇଥିଲା। ଡାକ୍ତରମାନଙ୍କ କହିବା ଅନୁସାରେ, ବୋଧହୁଏ ତାଙ୍କ ସହ କିଏ ଦୁଷ୍କର୍ମ କରିଛି ତେଣୁ ସେ ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ପରେ ୧୯୭୨ ମସିହାରେ, ଲୀନା ମେଦିନା ଅନ୍ୟ ଜଣଙ୍କୁ ବିବାହ କରିଥିଲେ ଏବଂ ବିବାହ ପରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ | ତେବେ ତାଙ୍କର ପ୍ରଥମ ପୁଅର ୪୦ ବର୍ଷ ବୟସରେ ଦେହାନ୍ତ ହୋଇଥିଲା।

ଲୀନାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଲୀନା ମାର୍ସେଲା ମେଦିନା ଦେ ଜୁରାଡୋ (ଜନ୍ମ ୨୩ ସେପ୍ଟେମ୍ବର ୧୯୩୩) । ସେ ଏବେବି ଜୀବିତ ଅଛନ୍ତି।  ତାଙ୍କ ପିତାମାତାଙ୍କର ତାଙ୍କୁ ମିଶାଇ ନଅ ସନ୍ତାନ  ଥିଲେ । ଲିନା ଯେଉଁ ଡାକ୍ତରଖାନାରେ ପୁଅକୁ ଜନ୍ମ ଦେଇଥିଲେ ସେହି ଡାକ୍ତରଖାନାର ଜଣେ ଡାକ୍ତର ତାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ଚିକିତ୍ସା ଇତିହାସର ସବୁଠାରୁ କନିଷ୍ଠ ମାତା ଭାବେ ଲୀନା ମାତ୍ର ପାଞ୍ଚ ବର୍ଷ ବୟସରେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ । ଶିଶୁ ଯୌନ ଶୋଷଣ ସନ୍ଦେହରେ ଏହି ମାମଲାରେ ଲୀନାଙ୍କ ବାପାଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ପ୍ରମାଣ ଅଭାବରୁ ତାଙ୍କୁ ମୁକ୍ତ କରାଯାଇଥିଲା। ସେହିଭଳି ଲୀନା ମଧ୍ୟ ଶିଶୁର ପିତା କିଏ ତାହା ଜାଣିନଥିଲେ ।

 

Comments are closed.