ନ୍ୟୁଜିଲାଣ୍ଡ: ସାଧାରଣତଃ ଛୋଟ ପିଲାଙ୍କୁ ବାହାରକୁ ନେବା ପାଇଁ ଡ଼ାକ୍ତରମାନେ ବାରଣ କରିଥାନ୍ତି । କାରଣ ବାହାର ପ୍ରଦୂଷଣରେ ପିଲାକୁ ଇମ୍ଫେକ୍ସନ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ସେଥିଲାଗି କୌଣସି ବାପାମାଆ ଅତି ଛୋଟ ପିଲାଙ୍କୁ ବାହାରକୁ ନେଇ ନ ଥାନ୍ତି । ହେଲେ ନ୍ୟୁଜିଲାଣ୍ଡର ଏକ ଦମ୍ପତି ତାଙ୍କ ୧୧ ମାସର ଶିଶୁକୁ ନେଇ ବିଶ୍ୱ ବୁଲିବାରେ ଲାଗିଛନ୍ତି । ଏହା ଭିତରେ ଶିଶୁଟି ୨୩ଟି ଦେଶ ଭ୍ରମଣ କରିସାରିଲାଣି । ଏବେ ସେ ଦୁନିଆର ସବୁଠୁ ଛୋଟ ଭ୍ରମଣକାରୀ ଭାବେ ବିବେଚିତ ହୋଇ ଚର୍ଚ୍ଚାକୁ ଆସିଛି ।
୨୯ ବର୍ଷୀୟ ବେକ୍ସ ଲୁଇସ୍ ଏବଂ ୩୧ ବର୍ଷୀୟ ୱିଲ ମାଣ୍ଟଗୋମେରି ବିଭିନ୍ନ ଦେଶ ବୁଲିବାକୁ ଭଲ ପାଆନ୍ତି । ଯେତେବେଳେ ଲୁଇସ୍ ମାଟର୍ନିଟି ଛୁଟିରେ ଥିଲେ, ସେତେବେଳେ ସେମାନେ ବିଶ୍ୱ ଭ୍ରମଣ ପାଇଁ ବାହାରିଥିଲେ । ସେମାନେ ୧୧ ଲକ୍ଷ ୫୬ ହଜାର ଟଙ୍କାର ଏକ ଭ୍ୟାନ୍ କିଣିଲେ । ସେଥିରେ ସେମାନେ ବୁଲିବାକୁ ବାହାରିଲେ । ସେତେବେଳେ ତାଙ୍କ ପୁଅ ଆଟଲାସ୍ ମାଣ୍ଟଗୋମେରିକୁ ମାତ୍ର ୬ ସପ୍ତାହ ହୋଇଥିଲା । ଇତିମଧ୍ୟରେ ସେମାନେ ୨୩ଟି ଦେଶ ବୁଲିସାରିଲେଣି । ତାଙ୍କ ପୁଅ ଏବେ ଦୁନିଆର ସବୁଠୁ ଛୋଟ ଭ୍ରମଣକାରୀ ଭାବେ ବିବେଚିତ ହୋଇଛି । କାରଣ ମାତ୍ର ୧୧ ମାସ ଭିତରେ ସେ ମଧ୍ୟ ୨୩ଟି ଦେଶ ଭ୍ରମଣ କରିଛି ।
ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦମ୍ପତି ପ୍ରତିଦିନ କେବଳ ୪ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୩୩୦ ଟଙ୍କାରେ ଖାଦ୍ୟ ଖାଇବା ସହ ବହୁତ କମ୍ ଖର୍ଚ୍ଚରେ ବୁଲୁଛନ୍ତି । ପିଲାଙ୍କୁ ନେଇ ବାହାରକୁ ଯିବାରେ ଅସୁବିଧା ହୋଇଥାଏ । ହେଲେ ତାକୁ ଆଡ଼ଜଷ୍ଟ କରି ସେମାନେ ଆଗକୁ ଯାଇଥାନ୍ତି ।
ଲୁଇସ୍ କହିଛନ୍ତି, ଆଟଲାସ୍ ସବୁଠୁ ଛୋଟ ଶିଶୁ, ଯିଏ ଏତେ କମ୍ ବୟସରେ ଏତେ ସ୍ଥାନ ବୁଲିପାରିଛି । ଆଟଲାସ୍ର ଫ୍ରାନ୍ସରେ ପ୍ରଥମ ଖାଦ୍ୟ ଖାଇବା ଆରମ୍ଭ କରିଥିଲା । ସେମାନେ ତାଙ୍କ ଭ୍ୟାନ୍? ସାହାଯ୍ୟରେ ୟୁରୋପର ଅଧିକାଂଶ ଦେଶ ଭ୍ରମଣ କରିସାରିଲେଣି । ଏ ପର୍ଯ୍ୟନ୍ତ ସେମାନେ ଇଟାଲୀ, ଡେନମାର୍କ, ଅଷ୍ଟ୍ରିଆ, ଚିକିଆ, ସ୍ୱିଡେନ, ନରୱେ, ସ୍ଲୋଭେନିଆ, ସୁଇଜରଲାଣ୍ଡ, ପୋଲାଣ୍ଡ, ନେଦରଲାଣ୍ଡ, ଜର୍ମାନୀ, ଫ୍ରାନ୍ସ, ସ୍କଟ୍ଲାଣ୍ଡ, ଇଂଲଣ୍ଡ, ସିଙ୍ଗାପୁର ଆଦି ସ୍ଥାନ ବୁଲିସାରିଲେଣି । ତାଙ୍କ ଭ୍ୟାନ୍ରେ ପର୍ଯ୍ୟାପ୍ତ ଜାଗା ଅଛି । ତା’ ମଧ୍ୟରେ ସମସ୍ତ ପ୍ରକାରର ସୁବିଧା ମଧ୍ୟ ରହିଛି ।
Comments are closed.