Latest Odisha News

BREAKING NEWS

ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ମହିଳା ପ୍ରିମିୟର ଲିଗର ପଞ୍ଚମ ସଂସ୍କରଣ ଏବଂ ଆଗାମୀ ଆଇପିଏଲ ଅକ୍ସନ୍ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ କରିଛି । ଡବ୍ଲ୍ୟୁପିଏଲ ୨୦୨୭ ଜାନୁଆରୀ ୧୪ ରୁ ଫେବୃଆରୀ ୭ ପର‌୍ୟ୍ୟନ୍ତ ଖେଳାଯିବ । ଡବ୍ଲ୍ୟୁପିଏଲ ପାଇଁ ଖେଳାଳି ରିଟେନ୍ କରିବାର ଶେଷ ତାରିଖ ସେପ୍ଟେମ୍ବର ୨୮ ଧାର‌୍ୟ୍ୟ କରାଯାଇଛି ଏବଂ ଅକ୍ଟୋବର ୨୮ ରେ କୋଚିଠାରେ ଅକ୍ସନ୍ (ନିଲାମୀ) ଅନୁଷ୍ଠିତ ହେବ । ବିଦେଶରେ ଗଲା ତିନି ବର୍ଷ (ଦୁବାଇ, ଜେଦ୍ଦା, ଆବୁଧାବି) ଅକ୍ସନ୍ ହେବା ପରେ, ଲଜିଷ୍ଟିକ୍ସ ସମସ୍ୟା ଯୋଗୁଁ ଆଇପିଏଲର ଆଗାମୀ ମିନି ଅକ୍ସନ୍ ପୁଣି ଭାରତକୁ ଫେରୁଛି । ତେବେ ତାରିଖ ଓ ସହର ଏପର‌୍ୟ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ ।

ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍ ଇମ୍ପାକ୍ଟ ପ୍ଲେୟାର୍ ନିୟମ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପରବର୍ତ୍ତୀ ବୈଠକ ପର‌୍ୟ୍ୟନ୍ତ ସ୍ଥଗିତ ରଖିଛି । ଟିମ୍‌ଗୁଡ଼ିକରୁ ମତାମତ ନିଆଯାଉଛି । ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ ସହ ବଡୋଦରାର କୋଟାମ୍ବି ଷ୍ଟାଡିୟମ୍ ଏବଂ ବାରାଣସୀର ନୂଆ ଷ୍ଟାଡିୟମ୍‌କୁ ଡଚଖ ମ୍ୟାଚ୍ ଆୟୋଜନ ପାଇଁ ବିଚାର କରାଯାଉଛି ।  ବିସିସିଆଇ ପାଇଁ ଆଗାମୀ କିଛି ମାସ ବେଶ୍ ବ୍ୟସ୍ତବହୁଳ ରହିବ, କାରଣ ଅକ୍ସନ୍ ସହ ଡବ୍ଲ୍ୟୁପିଏଲ ଏବଂ ଫେବୃଆରୀ ୨୦୨୭ରେ ଆୟୋଜିତ ହେବାକୁ ଥିବା ପ୍ରଥମ ଆଇସିସି  ମହିଳା ଚାମ୍ପିୟନ୍ସ ଟ୍ରଫିର ପ୍ରସ୍ତୁତି ଏକାସାଙ୍ଗରେ ଚାଲିବ ।

Leave A Reply

Your email address will not be published.