Latest Odisha News

BREAKING NEWS

ଯୌନ ଉତ୍ପୀଡ଼ନ ମାମଲାରେ ବ୍ରିଜ ଭୂଷଣଙ୍କୁ ମିଳିଲା ଅନ୍ତରୀଣ ଜାମିନ; ପରବର୍ତ୍ତୀ ଶୁଣାଣୀ ଜୁଲାଇ ୨୦ରେ

ନୂଆଦିଲ୍ଲୀ:ଭାରତୀୟ କୁସ୍ତି ସଂଘର ପୂର୍ବ ଅଧ୍ୟକ୍ଷ ବ୍ରିଜ ଭୂଷଣ ସିଂହଙ୍କୁ ମିଳିଲା କୋର୍ଟ ଆଶ:ସ୍ତି । ଯୌନ ଉତ୍ପୀଡନ ମାମଲାରେ ବିଜେପି ସାଂସଦ ବ୍ରିଜ ଭୂଷଣ ଆଜି ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ହାଜର ହୋଇଥିଲେ । କୋର୍ଟ ତାଙ୍କୁ ୨ ଦିନ ପାଇ ମର୍ତ୍ତୀର୍ କାଳୀନ ଜାମିନ ପ୍ରଦାନ କରିଛନ୍ତି । ସେହିପରି କୁସ୍ତସଂଘର ସେକ୍ରେଟେରୀ ବିନୋଦ ତୋମରଙ୍କୁ ମଧ୍ୟ ମଧ୍ୟବର୍ତ୍ତୀ କାଳୀନ ଜାମିନ ମିଳିଛି ।

ଏହାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୦ ତାରିଖରେ ହେବ । ୨୫ ହଜାର ଟଙ୍କା ଲେଖାଏ୨ଟି ବଣ୍ଡ ବଳରେ ବ୍ରିଜ ଭୂଷଣଙ୍କୁ ଜାମିନ ମିଳିଛି । ଏଠି କହିରଖିବୁ, ଜୁଲାଇ ୭ ତାରିଖରେ କୋର୍ଟ ସମନ ଜାରି କରି ଉଭୟଙ୍କୁ ଜୁଲାଇ ୧୮ ତାରିଖ କୋର୍ଟରେ ହାଜର ହେବା ପାଇଁ ଆଦେଶ ଦେଇଥିଲେ ।

ଆଜି ତାଙ୍କୁ ତାଙ୍କ ବାସଭବନରୁ କଡା ସୁରକ୍ଷା ମଧ୍ୟରେ କୋର୍ଟକୁ ନିଆଯାଇଥିଲା । ଶୁଣାଣିବେଳେ କୋର୍ଟ ମିଡିଆ ହାଉସଗୁଡିକୁ ଯତ୍ନବାନ ହୋଇ ଖବର ପ୍ରସାରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ କହିଛନ୍ତି, ଖରାପ ମିଡିଆ ରିପୋର୍ଟିଂର ପରିଣାମ ଭୋଗିବାକୁ ପଡିପାରେ । ଏପରିକି ଏଥିପାଇଁ ଅଦାଲତ ଅବମାନନା ମାମଲା ମଧ୍ୟ ଚାଲି ପାରିବ ।

ସୂଚନାଯୋଗ୍ୟ, ଭାରତର ପ୍ରତିଷ୍ଠିତ ରେସଲରମାନେ ବ୍ରିଜଭୂଷଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ତାଙ୍କୁ ଗିରଫ କରିବା ପାଇଁ ସେମାନେ ଧାରଣା ଦେଇଥିଲେ । କ୍ରୀଡାମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଆଶ୍ୱସନା ପରେ ସେମାନେ ଏଥିରୁ ଓହରିଥିଲେ । ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି । ଇତି ମଧ୍ୟରେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ତାର ବୟାନରୁ ଓହରି ଯିବାରୁ ବ୍ରିଜଭୂଷଣ କିଛି ମାତ୍ରାରେ ଆଶ୍ୱସ୍ତ ହୋଇଛନ୍ତି ।

Leave A Reply

Your email address will not be published.