Latest Odisha News

BREAKING NEWS

ବିନା ବ୍ୟାଣ୍ଡ, ବାଜା ଓ ବରଯାତ୍ରୀରେ ବିବାହ କରିବେ ରେସଲର ବଜରଙ୍ଗ

ନୂଆଦିଲ୍ଲୀ:ରେସଲର ବଜରଙ୍ଗ ପୁନିଆଙ୍କ ଧୂମଧାମରେ ବିବାହ କରିବା ସ୍ୱପ୍ନ ସାକାର ହୋଇପାରିବ ନାହିଁ । ଭାରତୀୟ ଆଥଲେଟ ଦୁନିଆର ଦୁଇ ମହାରଥୀ ବଜରଙ୍ଗ ଓ ସଙ୍ଗୀତା ଫଗୋଟ କରୋନା କାଳରେ ସାମନ୍ୟ ଢ଼ଙ୍ଗରେ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି । ୨୫ ନଭେମ୍ବରରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ । ବଜରଙ୍ଗ ପରିବାର ସଦସ୍ୟ ମାତ୍ର ୨୦ଜଣ ବ୍ୟକ୍ତିଙ୍କ ସହ ସଙ୍ଗୀତାଙ୍କ ଘରକୁ ଯିବେ । ଏହା ପରେ କରୋନା କଟକଣା ମଧ୍ୟରେ ବିବାହ ହେବ ।

୨୦୨୧ ଅଲିମ୍ପିକ ଯୋଗୁ ଉଭୟ ତରବରିଆ ଭାବେ ବିବାହ କରିବା ପାଇଁ ନିଷ୍ପତି ନେଇଛି । ବଜରଙ୍ଗଙ୍କ ବାପା ପହଲିମାନ ବଲବାନ ସିଂ ମଧ୍ୟ ବିବାହ ଧୂମଧାମରେ ହୋଇ ନ ପାରିବା ନେଇ ନିରାଶ ହୋଇଛନ୍ତି । କରୋନା ସଂକ୍ରମଣ ଶେଷ ହେବା ପରେ ଯଦି ସୁଯୋଗ ମିଳେ ତାହାହେଲେ ବଡ କାର୍ଯ୍ୟକ୍ରମର ଆୟୋଜିତ କରିବୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.