Latest Odisha News

BREAKING NEWS

ସୁଶୀଲ କୁମାରଙ୍କ ସମ୍ପର୍କରେ ସୂଚନା ପାଇଁ ପୁରସ୍କାର ରାଶି ଘୋଷଣା କଲେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଯୁବ ରେସଲର ସାଗର ହତ୍ୟାକାଣ୍ଡରେ ଅଲିମ୍ପିକ୍ସ ପଦକ ବିଜେତା ରେସଲର ସୁଶୀଲ କୁମାରଙ୍କ ଅଡୁଆ ବଢ଼ିବାରେ ଲାଗିଛି । ସୁଶୀଲ ଏବଂ ତାଙ୍କ ସହଯୋଗୀଙ୍କୁ ହାଜର ହେବା ପାଇଁ ପୋଲିସ କହିଲେ ମଧ୍ୟ ସେ ଏବେ ବି ଫେରାର ଅଛନ୍ତି । ଲୁକଆଉଟ ନୋଟିସ ଜାରୀ କରିବା ପରେ ମଙ୍ଗଳବାର ପୋଲିସ ସୁଶୀଲଙ୍କ ସମ୍ପର୍କରେ ସୂଚନା ଦେଲେ ଲକ୍ଷେ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି ।

ସେହିପରି ତାଙ୍କ ସହ ଅଜୟଙ୍କୁ ଧରାଇଦେଲେ ୫୦ହଜାର ଟଙ୍କା ମିଳିବ । ମେ ୪ରେ ଛତ୍ରସାଲ ଷ୍ଟାଡିୟମରେ ଦୁଇ ପହିଲୱାନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ଫଳରେ ସାଗରଙ୍କ ମୃତ୍ୟୁ ଘଟିଥିଲା । ସୂଚନାଯୋଗ୍ୟ, ଇତି ମଧ୍ୟରେ ସୁଶୀଲ ଦିଲ୍ଲୀ କୋର୍ଟରେ ଜାମିନ ଆବେଦନ କରିଛନ୍ତି ।

Comments are closed.