Latest Odisha News

BREAKING NEWS

ସୁଶୀଲଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରୀ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଯୁବ ରେସଲର ସାଗର ଧାନକଡ ହତ୍ୟା ଘଟଣାରେ ସୋମବାର ଦିଲ୍ଲୀ ପୋଲିସ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରୀ କରିଛି । କିଛି ଦିନ ତଳେ ଦୁଇ ରେସଲର ଗୋଷ୍ଠୀ ମଧ୍ୟରେ ଛତ୍ରଶାଲ ଷ୍ଟାଡିୟମରେ ସଂଘର୍ଷ ଘଟିଥିଲା । ଏଥିରେ ସାଗର ମୃତ୍ୟୁବରଣ କରିଥିଲେ । ତାଙ୍କର ୨ ସାଥୀ ପହିଲିୱାନ ରବୀନ୍ଦ୍ର ଓ ଭଗତ ସିଂଙ୍କ ବୟାନକୁ ଭିତି କରି ପୋଲିସ ସୁଶୀଲଙ୍କୁ ଖୋଜିବା ଆରମ୍ଭ କରିଥିଲା । ସେ କିନ୍ତୁ ଫେରାର ରହିଥିଲେ ।

ପ୍ଲାଟକୁ ନେଇ ଏହି ଗଣ୍ଡଗୋଳ ଉପୁଜିଥିବା ପୋଲିସ ସ୍ପଷ୍ଟ କରିଛି । ସୁଶୀଲ ଧରା ପଡିଲେ ସବୁ ତଥ୍ୟ ସମ୍ମୁଖକୁ ଆସିଯିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ଦେଶ ଛାଡି ନ ଯିବା ପାଇଁ ସୁଶୀଲଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରୀ କରାଯାଇଛି ବୋଲି ପୋଲିସ କହିଛି ।

Leave A Reply

Your email address will not be published.