Latest Odisha News

ଭିନେଶଙ୍କୁ ଟାର୍ଗେଟ କଲେ ଯୋଗେଶ୍ୱର

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ଯୋଗେଶ୍ୱର ଦତ ମହିଳା ରେସଲର ଭିନେଶ ଫୋଗଟଙ୍କୁ ଟାର୍ଗେଟ କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ସେ ଅଯୋଗ୍ୟ ଘୋଷିତ ହେବା ପରେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ । ମୁଁ ତାଙ୍କ ସ୍ଥାନରେ ଥିଲେ ଏହି କାର୍ଯ୍ୟ କରିଥାନ୍ତି ବୋଲି ଯୋଗେଶ୍ୱର କହିଛନ୍ତି । ନିଜ ଭୁଲ ସ୍ୱୀକାର ନ କରି ସେ ଏହି ଘଟଣାରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭିଡିଛନ୍ତି । ଏହା ପୂର୍ବରୁ ଭାରତୀୟ ଅଲିମ୍ପିକ ସଂଘ ଏବଂ ଅଧ୍ୟକ୍ଷ ପିଟି ଉଷାଙ୍କୁ ମଧ୍ୟ ସେ ଛାଡି ନ ଥିଲେ । ଜନ୍ତରମନ୍ତରରେ ମହିଳା ରେସଲରଙ୍କୁ ନେଇ ଆନ୍ଦୋଳନ କରି ଦେଶରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲେ । ଯାହାକି ବିଦେଶରେ ଆମ ସମ୍ମାନ ହାନି କରିଥିଲା ।

ପ୍ରଥମ ଥର ପାଇଁ ଜଣେ ଅଯୋଗ୍ୟ ଖେଳାଳି ତାଙ୍କ ଭୁଲ ପାଇଁ ଅନ୍ୟକୁ ଦାୟୀ କରୁଛନ୍ତି । ତୁମ ଭୁଲ ଯୋଗୁ ଦେଶ ଗୋଟିଏ ପଦକ ହାତଛଡା କଲା ବୋଲି ଯୋଗେଶ୍ୱର କହିଛନ୍ତି । ଭିନେଶ ରେସଲିଂରୁ ଅବସର ଘୋଷଣା କରିବା ପରେ ଏବେ କଂଗ୍ରେସରେ ଯୋଗ ଦେଇ ନିର୍ବାଚନ ଲଢ଼ୁଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ଭିନେଶଙ୍କ ଓଜନ ଅଧିକ ହେବାରୁ ତାଙ୍କୁ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ଏହା ପରେ ସିଏଏସରେ ଆବେଦନ କରାଯାଇଥିଲେ ମଧ୍ୟ ଲାଭ କିଛି ହୋଇ ନ ଥିଲା । ସରକାର, ଆସୋସିଏଶନ ଏବଂ ଓକିଲମାନେ ତାଙ୍କୁ ଭରପୂର ସହଯୋଗ କରି ନ ଥିଲେ ବୋଲି ଭିନେଶ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.