ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ରବିବାର ନାର୍କୋ ଟେଷ୍ଟ ଚ୍ୟାଲେଞ୍ଜକୁ ସ୍ୱୀକାର କରିଥିଲେ । ତେବେ ସେ ସର୍ତ ରଖିଥିଲେ ଯେ, ଧାରଣାରେ ବସିଥିବା ବଜରଙ୍ଗ ପୁନିଆ ଓ ବିନେଶ ଫୋଗଟଙ୍କ ଏହି ଟେଷ୍ଟ କରାଗଲେ ମୁଁ ପ୍ରସ୍ତୁତ । ସୋମାବାର ରେସଲରଙ୍କ ପକ୍ଷରୁ ବଜରଙ୍ଗ ଏଥିନେଇ ରାଜି ହୋଇଛନ୍ତି । ଯେଉଁ ମହିଳା ରେସଲରମାନେ ଅଭିଯୋଗ କରିଛନ୍ତି ସେମାନେ ମଧ୍ୟ ଏଥିପାଇଁ ରାଜି ହୋଇଛନ୍ତି । ବ୍ରିଜଭୂଷଣଙ୍କ ସମେତ କୋଚ ବିନୋଦ ତୋମର, ଜିତେନ୍ଦ୍ର ଓ ଧୀରେନ୍ଦ୍ରଙ୍କ ନାର୍କୋ ଟେଷ୍ଟ ମଧ୍ୟ କରାଯାଉ ବୋଲି ବଜରଙ୍ଗ କହିଛନ୍ତି ।
ସୂଚନାଯୋଗ୍ୟ, ଜାନୁୟାରୀ ୨୩ରେ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ଉପରେ ରେସଲରମାନେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଏହା ପରେ ସେମାନେ ଯନ୍ତରମନ୍ତରରେ ଧାରଣାରେ ବସିଥିଲେ । ବ୍ରିଜଭୂଷଣଙ୍କ ବିପକ୍ଷରେ ଯାଂଚ କମିଟି ଗଠନ କରାଗଲା ଏବଂ ଧାରଣାରୁ ରେସଲରମାନେ ଉଠିଥିଲେ । ମାତ୍ର ଏଫଆଇଆର ରୁଜୁ କରା ନ ଯିବାରୁ ସେମାନେ ପୁନର୍ବାର ଧାରଣାରେ ବସିଥିଲେ । ଏବେ ଏହି ଆନ୍ଦୋଳନ ରାଜନୈତିକ ରୂପ ନେବାରେ ଲାଗିଛି ।
Comments are closed.