Latest Odisha News

ରେସଲର ଯୌନ ଉତ୍ପୀଡନ ମାମଲା: ଏଫଆଇଆର ରୁଜୁ ନ କରିବା ନେଇ ଦିଲ୍ଲୀ ପୋଲିସକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନ୍ୟାୟ ପାଇବାରେ ବିଳମ୍ବ ନେଇ ଭାରତର ଷ୍ଟାର ରେସଲରମାନେ ପୁନର୍ବାର ଧାରଣରେ ବସିଛନ୍ତି । ମହିଳା ରେସଲରଙ୍କ ପ୍ରତି କରାଯାଇଥିବା ଯୌନ ନିର୍ଯ୍ୟାତନା ନେଇ ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ସେମାନେ ଏହି ଆନ୍ଦୋଳନ କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିକଟରେ ଏହି ମାମଲା ଏବେ ପଂହଚିଛି । ମଙ୍ଗଳବାର ବ୍ରିଜଭୂଷଣଙ୍କ ବିରୋଧରେ କାହିଁକି ଏଫଆଇଆର ରୁଜୁ କରାଯାଇନି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଆନ୍ତର୍ଜାତୀୟସ୍ତରର ଖେଳାଳିମାନେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏହି ମାମଲାର ବିଚାର ହେବା ଜରୁରୀ ।

ସୁପ୍ରିମକୋର୍ଟ ୨୮ ତାରିଖରେ ଏ ସମ୍ପର୍କରେ ପରବର୍ତୀ ଶୁଣାଣୀ କରାଯିବ ବୋଲି କହିଛନ୍ତି । ୭ଜଣ ମହିଳା ରେସଲର ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିବା ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ୩ ମାସ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ସେମାନେ ରବିବାରଠାରୁ ପୁନର୍ବାର ଆନ୍ଦୋଳନ ଆରମ୍ଭ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବ୍ରିଜଭୂଷଣଙ୍କ ଅଡୁଆ ବଢ଼ିବ ବୋଲି ଅନୁମାନ କରାଯାଉଛି ।

Comments are closed.