Latest Odisha News

BREAKING NEWS

ରେସଲରଙ୍କ ଆନ୍ଦୋଳନକୁ ହାଇଜ୍ୟାକ କରୁଛି କିଏ ?

ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରଙ୍କ ଧାରଣର ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ନ୍ୟାୟ ପାଇଁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଏବେ ଧିରେ ଧିରେ ଅନ୍ୟ ହାତକୁ ଚାଲିଯାଉଛି । ତେବେ ରେସଲରଙ୍କ ଏହି ଆନ୍ଦୋଳନକୁ ହାଇଜ୍ୟାକ କରୁଛି କିଏ ? ଏଥିରେ କଣ ରହିଛି ସେମାନଙ୍କ ଫାଇଦା । ଶେଷରେ ଏହା କଣ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଏକ ଲଢ଼େଇରେ ପରିଣତ ହେଇଯାଉଛି । ସରକାର ଓ ରେସଲର ଏବେ ପରସ୍ପରଠାରୁ ଦୂରେଇବାରେ ଲାଗିଛନ୍ତି । ଜନ୍ତରମନ୍ତରରେ ଦୀର୍ଘ ଦିନ ଧରି ରେସଲରମାନେ ଧାରଣ ଦେଇଥିଲେ ମଧ୍ୟ ପୋଲିସ କୌଣସି ଅସୁବିଧା ସୃଷ୍ଟି କରୁ ନ ଥିଲା ।

ପ୍ରିୟଙ୍କ ଗାନ୍ଧୀ, ଭୂପେନ୍ଦ୍ର ହୁଡା, ଅରବିନ୍ଦ କେଜ୍ରିୱାଲ, ସତ୍ୟପାଲ ମଲିକ, ଓପି ଚୌତାଲା ଓ ଅନେକ ନେତା ଏବଂ ସାମାଜିକ ଅନୁଷ୍ଠାନ ଏହି ସମୟରେ ଯୋଗ ଦେଇଥିଲେ । କାହାର ଯିବା ଆସିବାରେ କଟକଣା ମଧ୍ୟ ନ ଥିଲା । ପରେ ନୂତନ ସଂସଦ ଭବନକୁ ଯିବା ଜିଦ ଏବଂ ଶେଷରେ ଗଙ୍ଗା ନଦୀର କୂଳରେ ପଂହଚି ଯାଇଥିଲା ଏହି ଆନ୍ଦୋଳନ । ସେଠାରେ କୃଷକ ନେତା ରାକେଶ ଟିକାୟତ ପଂହଚି ବୁଝା ଶୁଝା କରି ରେସଲରମାନଙ୍କୁ ମେଡାଲ ବିସର୍ଜନରୁ ବିରତ କରାଇଥିଲେ । ଏବେ ଗୁରୁବାର ଖାପ ପଂଚାୟତରେ ଏ ନେଇ ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯିବ । ପ୍ରଥମ ଥର ଧାରଣାରେ ରେସଲରମାନେ ରାଜନୈତିକ ଅନୁକମ୍ପା ହାସଲ କରି ନ ଥିଲେ । ମାତ୍ର ବ୍ରିଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ ସେମାନେ ଦ୍ୱିତୀୟ ଥର ଆନ୍ଦୋଳନ କରିଥିଲେ । ଏଥର ରାଜନୈତିକ ଦଳକୁ ସାମିଲ କରି କିଛି ମାତ୍ରାରେ ଫସି ଯାଇଛନ୍ତି ଆନ୍ଦୋଳନକାରୀ ରେସଲର । ଚାପ ପଡିବା ପରେ ବ୍ରିଜଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି ।

ଧିରେ ଧିରେ ଏହି ଆନ୍ଦୋଳନ ୨ ଜାତି ମଧ୍ୟରେ ବାଂଟି ହୋଇ ଯାଇଥିଲା । ଜାଟ ବନାମ ଠାକୁର ଲଢ଼େରେ ସରକାର ଏବଂ ରେସଲର ଫସିଗଲେ । ବ୍ରିଜଭୂଷଣ ସିଧାସଳଖ ଭୂପେନ୍ଦ୍ର ସିଂ ଏବଂ ତାଙ୍କ ପୁଅ ଏହି ଆନ୍ଦୋଳନର ଷଡଯନ୍ତ୍ର ରଚୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏବେ ଏହା ବିଜେପି ଛତ୍ରଛାୟାରେ ଥିବା ବ୍ରିଜଭୂଷଣ ଓ ହରିୟାଣା କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ଚାଲିଛି । ନାର୍କୋ ଟେଷ୍ଟଠାରୁ ଆରମ୍ଭ କରି ପକ୍ସ ଆକ୍ଟକୁ ଏହି ଲଢ଼େଇରେ ଅସ୍ତ୍ର ଭାବେ ବ୍ୟବହାର କରାଯାଇଛି । ବର୍ତମାନ ନାବାଳିକା ଅଭିଯୋଗକାରୀ ସାବାଳକ ହେବା ପ୍ରମାଣିତ ରେସଲରଙ୍କୁ ଅଡୁଆରେ ପକାଇ ଦେଇଛି । କୃଷକମାନଙ୍କ ୨୬ ଜାନୁୟାରୀ ଆନ୍ଦୋଳନ ଦେଶରେ ନକରାତ୍ମକ ପ୍ରଭାବ ପକାଇଥଲା । ଏହା ପରେ ଏହି ଆନ୍ଦୋଳନ ଧୀମେଇ ଯାଇଥିଲା ।

ରେସଲରମାନଙ୍କୁ ମଧ୍ୟ ଏ ନେଇ ସତର୍କ କରାଯାଇଥିଲା । ମାତ୍ର ଭାବପ୍ରବଣତାରେ ସେମାନେ ଆଗେଇଯିବ ତାଙ୍କ ଆନ୍ଦୋଳନର ଭିତିଭୂମିକୁ ଦୋହଲାଇ ଦେଲା । ଏବେ ସେମାନଙ୍କ ପାଖରେ ରହିବ ଗୋଟିଏ ଅସ୍ତ୍ର ତାହାହେଲେ ବଳିଷ୍ଠ ପ୍ରମାଣ । ଅନ୍ୟଥା ଯନ୍ତରମନ୍ତରରୁ ତମ୍ବୁ ହଟିବା ପରେ ସେମାନେ ଏବେ କିଛି ନେତାଙ୍କ ହାତମୁଠାକୁ ଆସି ଯାଇଛନ୍ତି । ଆଗକୁ ଆନ୍ତର୍ଜାତୀୟ ପ୍ରତିଯୋଗିତା ଥିବାରୁ ଧିରେ ଧିରେ ଅନ୍ୟ ରେସଲରଙ୍କ ସମର୍ଥନ ହ୍ରାସ ପାଇବ । କାହାର ବିଶେଷ କିଛି କ୍ଷତି ହେବନି ।  ବଜରଙ୍ଗ ପୁନିଆ, ଭିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ଭବିଷ୍ୟତ ପନ୍ଥା କଣ ହେବ ? ଏବେ ୨ଟି ପ୍ରଶ୍ନ ସମସ୍ତଙ୍କ ମୁଣ୍ଡରେ ଉଙ୍କି ମାରୁଛି ତାହାହେଲା ବ୍ରିଜଭୂଷଣଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ଏବଂ ଏ ଭଳି ଅତ୍ୟାଚାର ଯଦି ହେଉଥିଲା ତାହାହେଲେ ରେସଲରମାନେ କାହିଁକି ରହିଥିଲେ ନୀରବ ? ସରକାର ମଝି ରାସ୍ତା ବାହାର କରି ଯଦି ବ୍ରିଜଭୂଷଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା କଣ ସତରେ ସେମାନଙ୍କ ବିଜୟ ହେବ ?

Leave A Reply

Your email address will not be published.