Latest Odisha News

BREAKING NEWS

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ରିଦ୍ଧିମାନ ଶାହ

କୋଲକାତା: ଭାରତର ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହ ଆନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଚଳିତ ରଣଜୀ ଟ୍ରଫିରେ ବେଙ୍ଗଲ ପକ୍ଷରୁ ରିଦ୍ଧିମାନ ଖେଳୁଥିଲେ । ଇଡେନଗାର୍ଡେନରେ ପଞ୍ଜାବ ବିପକ୍ଷ ମ୍ୟାଚ ଶେଷ ହେବା ପରେ ସେ ଏହି ଘୋଷଣା କରିଥିଲେ । ୪୦ ବର୍ଷୀୟ ରିଦ୍ଧିମାନ ଫେବୃୟାରୀ ୨୦୧୦ରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସମସ୍ତ ଫର୍ମାଟରେ ସେ ୪୯ଟି ମ୍ୟାଚ ଭାରତ ପକ୍ଷରୁ ଖେଳିଥିଲେ । ଏଥିରେ ୪୦ଟି ଟେଷ୍ଟ ଏବଂ ୯ଟି ଦିନିକିଆ ମ୍ୟାଚ ସାମିଲ । ଘରୋଇ କ୍ରିକେଟରେ ସେ ବେଙ୍ଗଲ ଓ ତ୍ରିପୁରା ପକ୍ଷରୁ ୧୪୨ ପ୍ରଥମ ଶ୍ରେଣୀ ଓ ୧୧୬ ଲିଷ୍ଟ ଏ କ୍ରିକେଟ ଖେଳିଛନ୍ତି ।

୧୯୯୭ ପରଠାରୁ ମୁଁ ୨୮ ବର୍ଷ କ୍ରିକେଟ ଖେଳି ଆସିଛି । ବହୁତ ଭାବିଚିନ୍ତି ମୁଁ ଅବସର ନେବା ପାଇଁ ପ୍ରସ୍ତୁତ ହୋଇଥିଲି । ୨୦୨୧ରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଥର ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ପଞ୍ଜାବ ବିପକ୍ଷ ରଣଜୀ ମ୍ୟାଚରେ ଶାହ ଶୂନରେ ଆଉଟ ହୋଇଥିଲେ । ତେବେ ଏହି ମ୍ୟାଚରେ ବେଙ୍ଗଲ ଏକ ଇନିଂସ ଓ ୧୩ ରନରେ ପଞ୍ଜାବକୁ ହରାଇଥିଲା । ମ୍ୟାଚ ଶେଷ ହେବା ମାତ୍ରେ ସାଥୀ ଖେଳାଳିମାନେ ଶାହଙ୍କୁ କାନ୍ଧରେ ବସେଇ ପଡିଆରେ ବୁଲାଇଥିଲେ । ଏବେ ମୁଁ ମୋ ପରିବାର ଏବଂ ବନ୍ଧୁମାନଙ୍କୁ ଅଧିକରୁ ଅଧିକ ସମୟ ଦେବି ବୋଲି ଶାହ କହିଛନ୍ତି ।

Comments are closed.