Latest Odisha News

BREAKING NEWS

ଡବ୍ଲ୍ୟୁଟିସି ଫାଇନାଲ: ବିଜେତା ଦଳକୁ ମିଳିବ ୩୧ କୋଟି

ଲଣ୍ଡନ: ଜୁନ ୧୧ରୁ ଲର୍ଡସରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏଥିପାଇଁ ଆଇସିସି ଚେୟାରମ୍ୟାନ ଜୟ ଶାହ ପୁରସ୍କାର ରାଶିର ଘୋଷଣା କରିଛି । ବିଜେତା ଟିମକୁ ୩୧ କୋଟି ଟଙ୍କା ମିଳିବ । ସେହିପରି ଉପ ବିଜେତାଙ୍କୁ ୧୮ କୋଟି ଟଙ୍କା ପ୍ରଦାନ କରାଯିବ । ଗତ ସଂସ୍କରଣ ତୁଳନାରେ ପୁରସ୍କାର ରାଶି ଦୁଇ ଗୁଣ ପାଖାପାଖି ବୃଦ୍ଧି କରାଯାଇଛି । ଗତ ଥର ଭାରତକୁ ହରାଇ ଅଷ୍ଟ୍ରେଲିଆ ଏହି ଟାଇଟଲ ହାସଲ କରିଥିଲା । ପୁରସ୍କାର ରାଶି ବୃଦ୍ଧି କରାଯିବା ଫଳରେ ଟେଷ୍ଟ କ୍ରିକେଟକୁ ପ୍ରୋତ୍ସାହନ ମିଳିବ । ୯ ଟିମକୁ ନେଇ ହେଉଥିବା ଏହି ମୁକାବିଲା ଯେପରି ଆହୁରି ଲୋକପ୍ରିୟ ହେବ ସେ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏଥର ତୃତୀୟ ସ୍ଥାନରେ ଥିବା ଭାରତ ୧୨ କୋଟି ଟଙ୍କା ପୁରସ୍କାର ରାଶି ପାଇବ । ସେହିପରି ୪ର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ୧.୨୦ ମିଲିୟନ ଡଲାର, ଇଂଲଣ୍ଡକୁ ୯୬୦୦୦୦, ଶ୍ରୀଲଙ୍କାକୁ ୮୪୦୦୦୦, ବାଂଲାଦେଶକୁ ୭୨୦୦୦୦, ୱେଷ୍ଟଇଣ୍ଡିଜକୁ ୬୦୦୦୦୦ ଓ ପାକିସ୍ତାନକୁ ୪୮୦୦୦୦ ଡଲାର ମିଳିବ । ଏହି ଟିମଗୁଡିକ ଯଥାକ୍ରମେ ୫ମରୁ ୯ମ ସ୍ଥାନ ମଧ୍ୟରେ ରହିଛନ୍ତି ।

Comments are closed.