ସେଂଚୁରିଆନ: ପାକିସ୍ତାନକୁ ୨ ୱିକେଟରେ ହରାଇ ଦକ୍ଷିଣ ଆଫ୍ରିକା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛି । ୯୯ ରନରେ ୮ଟି ୱିକେଟ ହରାଇବା ପରେ କାଗିସୋ ରାବାଡା ଓ ମାର୍କୋ ୟାନସେନଙ୍କ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ ଯୋଗୁ ଦକ୍ଷିଣ ଆଫ୍ରିକା ୧୪୮ ରନର ଟାର୍ଗେଟ ହାସଲ କରି ନେଇଥିଲା । ରାବାଡା ୩୦ ଓ ୟାନସେନ ୧୬ ରନ କରି ଅପରାଜିତ ରହିଥିଲେ । ପାକିସ୍ତାନକୁ ପ୍ରଥମ ଟେଷ୍ଟରେ ହରାଇ ଦକ୍ଷିଣ ଆଫ୍ରିକା ଡବ୍ଲ୍ୟୁଟିସି ସାଇକେଲରେ ୭ମ ବିଜୟ ହାସଲ କରିଥିଲା । ୮୮ ପଂଏଟ ଓ ୬୬.୬୭ ପ୍ରତିଶତ ସହ ଦଳ ଶୀର୍ଷ ସ୍ଥାନ ହାସଲ କରିଛି । ଦକ୍ଷିଣ ଆଫ୍ରିକା ଏବେ ଯଦି ଦ୍ୱିତୀୟ ଟେଷ୍ଟ ହାରିଯାଏ ତେବେ ଦଳର ୬୧.୧୧ ପ୍ରତିଶତ ସହ ଅଭିଯାନ ଶେଷ କରିବ । ଏଥିଯୋଗୁ ପ୍ରଥମ ୨ଟି ସ୍ଥାନ ମଧ୍ୟରେ ଦଳ ରହିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।
ଭାରତ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଅନ୍ୟ ଟିମକୁ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିବ । ଅଷ୍ଟ୍ରେଲିଆ ଯଦି ତାର ବାକିଥିବା ମ୍ୟାଚରେ ବିଜୟୀ ହୁଏ ତେବେ ଶୀର୍ଷ ସ୍ଥାନରେ ରହିବ । ଭାରତ ଓ ଶ୍ରୀଲଙ୍କା ସେମାନଙ୍କ ବାକିଥିବା ସମସ୍ତ ମ୍ୟାଚରେ ଜିତିଲେ ମଧ୍ୟ ଶୀର୍ଷ ସ୍ଥାନ ହାସଲ କରିପାରିବେ ନାହିଁ । ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ତାର ବାକିଥିବା ୨ଟି ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ପାକିସ୍ତାନ ପ୍ରଥମ ଇନିଂସରେ ୨୧୧ ରନ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୩୦୧ ରନ ସଂଗ୍ରହ କରିଥିଲା । ପାକିସ୍ତାନ ଦ୍ୱିତୀୟ ଇନିଂସରେ ୨୩୭ ରନ କରିବା ଯୋଗୁ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୪୮ ରନର ଟାର୍ଗେଟ ରହିଥିଲା ।
Comments are closed.