Latest Odisha News

BREAKING NEWS

ତହଲକା ମଚାଉଛନ୍ତି ଭାରତର ଗାମୁଛା, ରୁଦ୍ରାକ୍ଷ ମାଳ ପିନ୍ଧା ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର

ଭୁବନେଶ୍ୱର: ୱାର୍ଲ୍ଡ ରେସଲିଂ ଏଂଟରଟେନମେଂଟ (ଡବ୍ଲ୍ୟୁଡବ୍ଲ୍ୟୁଇ)ରେ ଭାରତର ଦି ଗ୍ରେଟ ଖଲୀ ଆଶାତୀତ ସଫଳତା ହାସଲ କରିଥିଲେ । ସେ ସାଜିଥିଲେ ଯୁବ ପିଢ଼ୀରେ ପ୍ରମୁଖ ଷ୍ଟାର । ଏବେ ଏହି ଧାରାରେ ସାମିଲ ହୋଇଛନ୍ତି ଆଉ ଜଣେ ଭାରତୀୟ । ବୀର ମହାନ ନାମକ ଏହି ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାରଙ୍କ ଷ୍ଟାଇଲ ଭାରତୀୟକୁ ଗର୍ବିତ କରାଉଛି । ରିଙ୍ଗକୁ ଯିବା ମାତ୍ରେ ସେ ପ୍ରଥମେ ସମସ୍ତଙ୍କୁ ନମସ୍କାର କରୁଛନ୍ତି । ମୁଣ୍ଡରେ ତିଳକ, ରୁଦ୍ରାକ୍ଷ ମାଳ ଓ ଭାରତୀୟ ସଂସ୍କୃତି ସହ ଜଡିତ ଧାର୍ମିକ ପୋଷାକ ପରିଧାନ କରିଥାନ୍ତି । ହାତରେ ରାମ ଏବଂ ଛାତିରେ ମାଆଙ୍କ ଟାଟୁ ରହିଛି ।

ୟୁପିର ଭଦୋହୀର ରିଙ୍କୁ ସିଂ ପିଲାବେଳୁ ବେସବଲ ପ୍ରତି ଆକୃଷ୍ଟ ଥିଲେ । ଭାରତରେ ଏକ ଟ୍ୟାଲେଂଟ ହଂଟ ଶୋରେ ସେ ଚୟନ ବି ହୋଇଥିଲେ । ତାଙ୍କ ଥ୍ରୋ ସମସ୍ତଙ୍କୁ ଚକିତ କରିଥିଲା । ଏହା ଉପରେ ଆଧାରିତ ହୋଇ ମିଲିୟନ ଡଲାର ଆର୍ମ ଫିଲ୍ମ ମଧ୍ୟ ପ୍ରସ୍ତୁତ ହୋଇଥିଲା । ଆମେରିକାରେ ରହିବା ପରେ ସେ ନିଜ ନାମ ବଦଳାଇ ବୀର ମହାନ ରଖିଥିଲେ । ସେବେଠାରୁ ଡବ୍ଲ୍ୟୁଡବ୍ଲ୍ୟୁଇ ପ୍ରତି ଆକୃଷ୍ଟ ହେବା ସହ ଆଜି ପର୍ଯ୍ୟନ୍ତ ଏହାକୁ ଜାରୀ ରଖିଛନ୍ତି ।

Leave A Reply

Your email address will not be published.