ନୂଆଦିଲ୍ଲୀ: ଡବ୍ଲୁଡବ୍ଲ୍ୟୁଡବ୍ଲ୍ୟୁଇର ମହାନ ରେସଲର ହଲ୍କ ହୋଗାନଙ୍କ ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କର ପ୍ରକୃତ ନାମ ଟେରୀ ଜିନ ବୋଲିୟା । ଫ୍ଲୋରିଡା ସ୍ଥିତ ବାସଭବନରେ ହୃଦଘାତ ଯୋଗୁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ୧୯୮୦ ଦଶକରେ ସେ ଯୁବ ପିଢ଼ୀଙ୍କ ନିକଟରେ ବେଶ ପରିଚିତ ଥିଲେ । ଏହି ଖବର ପ୍ରସାରିତ ହେବା ପରେ ପ୍ରଫେଶନାଲ ବକ୍ସିଂରେ ଶୋକର ଛାୟା ଖେଳିଯାଇଛି । ହଲ୍କଙ୍କ ଯୋଗୁ ଡବ୍ଲୁଡବ୍ଲ୍ୟୁଡବ୍ଲ୍ୟୁଇ ବେଶ ଲୋକପ୍ରିୟ ହୋଇଥିଲା । ରେସଲମାନିଆରେ ଆନ୍ଦ୍ରେ ଦି ଜ୍ୟାଂଟଙ୍କ ସହ ତାଙ୍କ ମୁକାବିଲା ଏକ ସ୍ୱତନ୍ତ୍ର ଛାପ ଛାଡିଥିଲା ।
ଡବ୍ଲୁଡବ୍ଲ୍ୟୁଡବ୍ଲ୍ୟୁଇ ପକ୍ଷରୁ କୁହାଯାଇଛି ଯେ, ହଲ୍କ ହୋଗାନ ଜଣେ ରେସଲର ନ ଥିଲେ । ସେ ଏହାକୁ ଯୁବ ପିଢ଼ୀଙ୍କ ନିକଟରେ ନିଶାରେ ପରିଣତ କରାଇଥିଲେ । ଏହି ଦୁଃଖଦ ମୂହର୍ତରେ ପରିବାର ପକ୍ଷରୁ ଗୋପନୀୟତା ଅବଲମ୍ବନ କରିବାକୁ କୁହାଯାଇଛି । ପୂର୍ବରୁ ହଲ୍କଙ୍କ ପରଲୋକ ଘଟିଥିବା ଖବର ପ୍ରକାଶ ପାଇଥିଲା । ଅବଶ୍ୟ ଏକ ପରେ ମିଥ୍ୟା ଖବର ବୋଲି ଜଣା ପଡିଥିଲା ।
Comments are closed.