ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ଏକ୍ସ ଜାରି କଲା ମାସିକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ । ଯାହା ସୂଚନା ରହିଛି ଭାରତରେ ୨୧୩୦୦୦ରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍ କରିଦେଇଛି କମ୍ପାନୀ । ଫେବୃଆରୀ ୨୬ ରୁ ମାର୍ଚ୍ଚ ୨୫ ମଧ୍ୟରେ ଭାରତରେ ୨,୧୨,୬୨୭ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି । କମ୍ପାନୀ କହିଛି ଏହି ଆକାଉଣ୍ଟଗୁଡ଼ିକ ଏକ୍ସର ନିୟମ ଉଲ୍ଲଂଘନ କରିଥିବାରୁ ଏଗୁଡ଼ିକୁ ବ୍ୟାନ୍ କରାଯାଇଛି ।
ଅଧିକାଂଶ ନିଷିଦ୍ଧ ଆକାଉଣ୍ଟଗୁଡିକ ଶିଶୁ ଯୌନ ଶୋଷଣ ଏବଂ ଅସହମତିନଗ୍ନତା ଯୋଗୁ ବ୍ୟାନ୍ କରାଯାଇଛି । ସେହିଭଳି ଆଉ କିଛି ଆକାଉଣ୍ଟକୁ ଆତଙ୍କବାଦୀକୁ ପ୍ରୋତ୍ସାହନ କରୁଥିବାରୁ ବ୍ୟାନ୍ କରାଯାଇଛି। ୨୧୨,୬୨୭ ଆକାଉଣ୍ଟ ବେଆଇନ କ୍ଷତିକାର କଣ୍ଟେଣ୍ଟ ପାଇଁ ବ୍ୟାନ୍ କରାଯାଇଛି ଏବଂ ୧୨୩୫ ଆକାଉଣ୍ଟ ଆତଙ୍କବାଦୀକୁ ପ୍ରୋତ୍ସାହିତ କରାଯାଉଥିବାରୁ ବ୍ୟାନ୍ କରାଯାଇଛି ବୋଲି ଏକ ରିପୋର୍ଟ ରୁ ଜଣାପଡିଛି । ଏକ୍ସ କହିଛି କମ୍ପାନୀ କୌଣସି ସ୍ଥିତିରେ ବି ଯୌନ ଶୋଷଣକୁ ସହ୍ୟ କରିବ ନାହିଁ ।
Comments are closed.