Latest Odisha News

BREAKING NEWS

ମୋର୍ବି ଦୁର୍ଘଟଣା ପାଇଁ ପୁଟିନ, ବାଇଡେନ, ଜିନପିଙ୍ଗଙ୍କ ସହ ବିଦେଶରୁ ଛୁଟୁଛି ଶୋକ ବାର୍ତ୍ତା

ଗାନ୍ଧୀନଗର: ଗୁଜରାଟର ମୋର୍ବି ଝୁଲାପୋଲକୁ ନେଇ ସାରା ବିଶ୍ବରେ ଗଭୀର ଶୋକ ପ୍ରକାଶ ପାଇଛି । ଏନେଇ ବିଶ୍ବନେତାମାନେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଶୋକବାର୍ତା ପଠାଉଥିବା ଦେଖାଯାଇଛି । ଭାରତର ଏଭଳି ଦୁଃଖ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଥିବା କହିଛନ୍ତି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଶୋକ ବାର୍ତ୍ତା ପଠାଇଛନ୍ତି ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଆମେରିକାର ଉଭୟ ବରିଷ୍ଠ ନେତା କହିଛନ୍ତି ଯେ ଆମେ ଭାରତ ସହ ଛିଡ଼ା ହୋଇଛୁ।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ‘ଗୁଜୁରାଟରେ ଝୁଲାପୋଲ ଭୁଷୁଡ଼ିବା ଘଟଣାକୁ ନେଇ ମୁଁ ସମବେଦନା ଜଣାଉଛି। ମୋର ସହାନୁଭୂତି ପୀଡିତଙ୍କ ପରିବାର ସହିତ ଅଛି। ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।

ଆଜି ପ୍ରଧାନମନ୍ତ୍ରୀ ମୋଦି ମୋର୍ବି ଝୁଲାପୋଲ ଭାଙ୍ଗିଥିବା ସ୍ଥାନକୁ ଯାଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହ ଉଚ୍ଚସ୍ତରୀୟ ବୈଠକ କରି କ୍ଷତିଗ୍ରସ୍ତ ପରିବାରକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ।

Comments are closed.