Latest Odisha News

BREAKING NEWS

ସି ଜିନପିଙ୍ଗଙ୍କୁ ଝଟକା ଦେଇ ପାରନ୍ତି ଚୀନ କମ୍ପାନୀ, ଭାରତକୁ ମିଳିବ ବଡ଼ ଫାଇଦା

ନୂଆଦିଲ୍ଲୀ: ଭାରତ କାହିଁକି ବିଶ୍ୱ ବଜାରରେ ଚୀନ ମୋବାଇଲ୍ କମ୍ପାନୀଙ୍କ ବେଶ୍ ଦବଦବା ରହିଛି । କମ୍ ମୂଲ୍ୟରେ ଅଧିକ ଫିଚର୍ସ ଯୋଗାଉଥିବାରୁ ଚୀନ୍ ମୋବାଇଲର ଚାହିଦା ବଢ଼ୁଛି । ଚୀନ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ସ ସାଓମି, ଅପୋ ଓ ଭିଭୋ ଏବେ ଭାରତୀୟ ବଜାରରେ ରାଜ୍ କରୁଥିବା ବେଳେ ଚୀନ ରାଜକୋଷ ଭର୍ତ୍ତି ହେଉଛି ।

ଆଗକୁ ଏହି ଚୀନ କମ୍ପାନୀ ଗୁଡ଼ିକ ଚୀନ ସରକାରଙ୍କୁ ଝଟକା ଦେଇ ପାରନ୍ତି । ଯାହାର ଫାଇଦା ଭାରତକୁ ମିଳିପାରେ । ଚୀନ କମ୍ପାନୀ ସାଓମି, ଅପୋ ଓ ଭିଭୋ ଭାରତରେ ଫୋନ୍ ନିର୍ମାଣ ପାଇଁ ଆଗ୍ରହୀ ଅଛନ୍ତି । ସେଭଳି ହେଲେ ଭାରତରେ ନିର୍ମାଣ ଫୋନ୍ ଅନ୍ୟ ବଜାରକୁ ରପ୍ତାନୀ ହେବ । ଏହାଦ୍ୱାରା ମେକ୍ ଇନ୍ ଇଣ୍ଡିଆକୁ କାର୍ଯ୍ୟକ୍ରମକୁ ବି ବଳ ମିଳିବ ।

ଏହାର ପ୍ରଭାବରେ ଚୀନରେ ହେଉଥିବା ମୋବାଇଲ୍ ମ୍ୟାନୁଫ୍ୟାକଚରିଂ କମିବ । ଏହା ପୂର୍ବରୁ ସାମସଙ୍ଗ ଓ ଆପଲ୍ ଭାରତରେ ନିର୍ମିତ ଫୋନକୁ ଅନ୍ୟ ଦେଶର ବଜାରକୁ ରପ୍ତାନୀ କରୁଛନ୍ତି । ତେବେ କୁହାଯାଉଛି, ସାଓମି, ଅପୋ ଓ ଭିଭୋ ଭାରତରେ ନିର୍ମିତ ଫୋନକୁ ଆଫ୍ରିକା, ମଧ୍ୟପ୍ରାଚ୍ୟ, ଲାଟିନ୍ ଆମେରିକା ଓ ୟୁରୋପର କିଛି ଅଞ୍ଚଳରେ ବିକ୍ରି ହୋଇପାରେ । ଏହାଛଡ଼ା ପାକିସ୍ତାନ ଭଳି ପଡ଼ୋଶୀ ରାଷ୍ଟ୍ରକୁ ରପ୍ତାନୀ କରାଯାଇପାରେ ଭାରତରେ ନିର୍ମିତ ଫୋନ୍ ।

Leave A Reply

Your email address will not be published.