Latest Odisha News

BREAKING NEWS

ଜୟନାରାୟଣଙ୍କ ବିସ୍ଫୋରକ ବୟାନ: ବିଜେଡି ବିଜୟ ପଛରେ ରାଜନୈତିକ ଡିଲ୍

ଭୁବନେଶ୍ୱର: କଂଗ୍ରେସ ସହ ଡିଲ୍ କରିଥିଲା ବିଜେଡି । ପଦ୍ମପୁର ପ୍ରଚାରକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ମଧ୍ୟରେ ଏହି ଡିଲ୍ ହୋଇଥିଲା । ଏପରି ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର  । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି ।

ପଦ୍ମପୁର ବିଜୟ ନେଇ ଦଳ ମଧ୍ୟରେ ରୋମାଞ୍ଚ ମନ୍ଥନ ଚାଲିଛି । ହାର୍ ଜିତ୍ କୁ ଭିନ୍ନ ଭିନ୍ନ ଢଙ୍ଗରେ ଦଳ ସମୀକ୍ଷା କରୁଛନ୍ତି । ଶାସକ ଦଳ ବିରାଟ ବିଜୟ ନାରା ଦେଉଥିବା ବେଳେ ବିରୋଧୀ ମାନେ ଭୋକ ବିକଳରେ ତାଟିଆ କାମୁଡୁଛନ୍ତି । ଜୟ ନାରାୟଣ କହିଛନ୍ତି, ବିଜେଡିକୁ ସମ୍ପୂର୍ଣ୍ଣ ଭୋଟ୍ ଟ୍ରାନ୍ସଫର କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେବା ପରେ ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ।

ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ‘ମିଶନ୍ ୧୨୫’ ମନ୍ତବ୍ୟକୁ ଟାର୍ଗେଟ୍ କରି ସେ କହିଛନ୍ତିଯେ  ବିଜେପି ୧୪୭ ଆସନକୁ ଫୋକସ୍ ରଖିଛି । ସବୁ ଆସନ ପାଇଁ ଆମ ଦଳ ପ୍ରସ୍ତୁତ । ଅର୍ଥ, ବାହୁବଳ ଓ ସରକାରୀ କଳ ତିନୋଟିକୁ ପାଥେୟ କରିଛି ବିଜେଡି । ତେଣୁ ତାଙ୍କ ମିଶନ ତାଙ୍କର, ଆମର ରଣନୀତିକୁ ନେଇ ଆମେ ଆଗେଇବା ।

Leave A Reply

Your email address will not be published.