Latest Odisha News

BREAKING NEWS

ରବି କିଶନଙ୍କୁ ମିଳିଲା ୱାଇ ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ପରେ ଏବେ ଅଭିନେତା ବିଜେପି ସାଂସଦ ରବି କିଶନଙ୍କୁ ମିଳିଲା ୱାଇ ପ୍ଲସ ସୁରକ୍ଷା । ଏ ନେଇ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି ଅଭିନେତା ରବି କିଶନ ।

ଟୁଇଟରେ, ମୋର ସୁରକ୍ଷାକୁ ଦୃଷ୍ଟିରେ ରଖି, ଆପଣ ଯେଉଁ ୱାଇ ପ୍ଲସ ବର୍ଗର ସୁରକ୍ଷା ମୋତେ ଦେଇଛନ୍ତି, ସେଥିପାଇଁ ମୁଁ, ମୋ ପରିବାର ଏବଂ ମୋ ଲୋକସଭା ନିର୍ବାଚନମଣ୍ଡଳୀର ଲୋକମାନେ ଆପଣଙ୍କ ନିକଟରେ ଋଣୀ। ମୁଁ ସର୍ବଦା ଗୃହରେ ଅନ୍ୟାୟ ପାଇଁ ସ୍ୱର ଉଠାଇବି ବୋଲି ଲେଖିଛନ୍ତି ରବି କିଶନ ।

ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ମୁହଁ ଖୋଲି ବିବାଦକୁ ଆସିଥିବା ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ୱାଇ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଥିଲା । କଙ୍ଗନାଙ୍କ ପରେ ଏବେ ରବି କିଶନଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରିଛନ୍ତି ଉତ୍ତରପ୍ରଦେଶ ସରକାର । ସେ ଲଗାତର ଭାବେ ଲୋକସଭାରେ ବଲିଉଡରେ ଡ୍ରଗ୍ସ ପ୍ରସଙ୍ଗ ଏବଂ ଅନୁରାଗ କଶ୍ୟପଙ୍କ ବିରୋଧରେ ଲାଗିଥିବା ଯୌନ ନିର୍ଯାତନା ପ୍ରସଙ୍ଗ ଉଠାଇଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା କୁହାଯାଉଛି ।

Comments are closed.