ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣରେ ଚାମ୍ପିୟନ ହୋଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ୟଶ ଦୟାଲ ଏବେ ଅଡୁଆରେ ପଡି ଯାଇଛନ୍ତି । ଏପରି ତାଙ୍କ କ୍ରିକେଟ କ୍ୟାରିୟର ଅସୁବିଧାରେ ପଡିଯାଇଛି । ଗାଜିଆବାଦର ଜଣେ ମହିଳା ତାଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ବିବାହ ପ୍ରଲୋଭନ ଦେଇ ୟଶ ଆର୍ଥୀକ, ମାନସିକ ଓ ଶାରୀରିକ ଶୋଷଣ କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଉଭୟ ୫ ବର୍ଷ ହେବ ସମ୍ପର୍କରେ ରହୁଥିଲେ ।
ୟଶ ଅନ୍ୟ ମହିଳାଙ୍କ ସହ ସମ୍ପର୍କରେ ରହିଛନ୍ତି ବୋଲି ସେ କହିଛନ୍ତି । ପୀଡିତା ପୋଲିସଙ୍କୁ ହ୍ୱାଟସଆପ ଚ୍ୟାଟର ସ୍କ୍ରିନଶଟ, ଭିଡିଓ କଲ ଓ ଫଟୋକୁ ପ୍ରମାଣ ଭାବେ ଦେଇଛନ୍ତି । ୟଶ ଦୟାଲଙ୍କ ପିତା ଏହି ଖବରକୁ ଖଣ୍ଡନ କରିବା ସହ ମୋ ପୁଅର କୌଣସି ଦୋଷ ନାହିଁ ବୋଲି କହିଛନ୍ତି । ଏଥର ସେ ପ୍ରଥମ ଥର ପାଇଁ ଆରସିବି ପକ୍ଷରୁ ଖେଳିଥିଲେ । ସିଜନରେ ୟଶ ୧୫ ମ୍ୟାଚରେ ୧୩ ୱିକେଟ ନେଇଥିଲେ । ଉତରପ୍ରଦେଶ ପକ୍ଷରୁ ସେ ଘରୋଇ କ୍ରିକେଟ ଖେଳନ୍ତି ।
Comments are closed.