Latest Odisha News

BREAKING NEWS

ୟଶ ଦୟାଲ କହିଲେ ମୋତେ ଷଡଯନ୍ତ୍ର କରି ଫସାଯାଇଛି

ନୂଆଦିଲ୍ଲୀ:ଆରସିବିର ଷ୍ଟାର କ୍ରିକେଟର ୟଶ ଦୟାଲଙ୍କ ବିରୋଧରେ ଜଣେ ମହିଳା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ସେ ୟଶଙ୍କ ବିପକ୍ଷରେ ମାମଲା ମଧ୍ୟ ରୁଜୁ କରିଛନ୍ତି । ଗୁରୁବାର ୟଶ ଏବେ ଖୁଲଦବାଦ ଥାନାରେ ସମ୍ପୃକ୍ତ ମହିଳା ଏବଂ ତାଙ୍କ ସାଥୀମାନେ ସୁଚିନ୍ତିତ ଷଡଯନ୍ତ୍ର ରଚି ତାଙ୍କ ଫସାଇଛନ୍ତି । ସେ ମୋଠାରୁ ୮ ଲକ୍ଷ ଟଙ୍କା ନେଇଥିଲା । ଅର୍ଥ ଫେରସ୍ତ ମାଗିବାରୁ ସେମାନେ ମୋତେ ଫସାଇବାକୁ ଚେଷ୍ଟା କରିଛନ୍ତି । ୨୦୨୧ରେ ଇନଷ୍ଟାଗ୍ରାମ ମାଧ୍ୟରେ ପ୍ରତାପଗଡର ଏହି ମହିଳାଙ୍କ ସହ ତାଙ୍କର ବନ୍ଧୁତା ସ୍ଥାପନ ହୋଇଥିଲା । ଏହା ପରେ ମହିଳାଜଣଙ୍କ ଚିକିତ୍ସା, ଆଡମିଶନ ଓ କଲେଜ ଫିସ ନାମରେ ଅର୍ଥ ମାଗିଥିଲେ ।

ସାହାଯ୍ୟ ଆଶାରେ ୟଶ ଅର୍ଥ ଦେଇଥିବା କହିଛନ୍ତି । ଏପରିକି ଏବେ ମୋର ଲ୍ୟାପଟପ, ଆଇଫୋନ ସମେତ ଅନ୍ୟ ଦାମୀ ସାମଗ୍ରୀ ମଧ୍ୟ ନେଇଯାଇଛନ୍ତି । ୫ରୁ ୧୦ ଜଣ ଅଜ୍ଞାତ ଲୋକ ଗ୍ରୁପ କରି ଆମ ଭଳି ଲୋକଙ୍କୁ ଠକୁଛନ୍ତି ବୋଲି ୟଶ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ୟଶଙ୍କ ପାଲଟା ଅଭିଯୋଗ ପରେ ଏହି ଘଟଣା ଏବେ ରୋଚକ ମୋଡ ନେଇଛି ।

Comments are closed.