ନୂଆଦିଲ୍ଲୀ: ଜୁନ ୨୦ରୁ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ହାଇ ପ୍ରୋଫାଇଲ ଟେଷ୍ଟ ସିରିଜ ଖେଳାଯିବ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ଘୋଷଣା ପରେ ଏହି ସିରିଜ ଉପରେ କ୍ରିକେଟପ୍ରେମୀ ଓ ସମୀକ୍ଷକଙ୍କ ନଜର ରହିବ । ଭାରତର ବିସ୍ଫୋଟକ ଓପନର ଯଶସ୍ୱୀ ଜୈସୱାଲ ଏହି ସିରିଜରେ ଇତିହାସ ରଚିବେ ବୋଲି ଆଶା କରାଯାଉଛି । ଏହି ୫ ମ୍ୟାଚ ବିଶିଷ୍ଟ ସିରିଜରେ ଯଶସ୍ୱୀ ଟ୍ରମ୍ପ କାର୍ଡ ହେବେ ବୋଲି ଆଶା କରାଯାଉଛି । ଟେଷ୍ଟ କ୍ରିକେଟରେ ଦ୍ରୁତ ୨୦୦୦ ରନ ପୂରଣ କରିବା ପାଇଁ ତାଙ୍କ ନିକଟରେ ସୁଯୋଗ ରହିଛି । ସେ ୧୯ ଟେଷ୍ଟରେ ୧୭୯୮ ରନ ସଂଗ୍ରହ କରିଛନ୍ତି । ତାଙ୍କୁ ଏଥିପାଇଁ ୨୦୨ ରନର ଆବଶ୍ୟକତା ରହିଛି ।
୩ଟି ଇନିଂସରେ ଯଦି ସେ ଏହି ରନ ସଂଗ୍ରହ କରିବେ ତାହାହେଲେ ଭାରତୀୟ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ଓ ରାହୁଲ ଡ୍ରାଭିଡଙ୍କୁ ପଛରେ ପକାଇବେ । ଉଭୟ ମହାନ ବ୍ୟାଟ୍ସମ୍ୟାନ ୪୦ ଲେଖାଏଁ ଇନିଂସରେ ଏହି ସଫଳତା ହାସଲ କରିଥିଲେ । ଯଶସ୍ୱୀ ୩୬ ଇନିଂସରେ ଉପରୋକ୍ତ ରନ ସଂଗ୍ରହ କରିଛନ୍ତି । ସେହ୍ୱାଗଙ୍କ ପରି ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଯଶସ୍ୱୀ ଟେଷ୍ଟ କ୍ରିକେଟରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ସେ ଇତି ମଧ୍ୟରେ ୨ଟି ଦ୍ୱିଶତକ, ୪ଶତକ ଓ ୧୦ ଅର୍ଦ୍ଧଶତକ ମାରି ସାରିଛନ୍ତି ।
Comments are closed.