Latest Odisha News

BREAKING NEWS

ଫ୍ରାନ୍ସରେ କାହା ସହିତ ବୁଲୁଛନ୍ତି ଯଶସ୍ୱୀ ଜୈସୱାଲ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ ଭାରତୀୟ କ୍ରିକେଟ ଟିମର ଅଧିକାଂଶ ସଦସ୍ୟ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଭାରତୀୟ କ୍ରିକେଟ ଟିମର ଓପନର ଯଶସ୍ୱୀ ଜୈସୱାଲ କିନ୍ତୁ ଭାରତ ନ ଫେରି ଫ୍ରାନ୍ସ ବୁଲିବାକୁ ଯାଇଛନ୍ତି । ରିପୋର୍ଟ ମୁତାବକ ମ୍ୟାଡୀ ହେମଲିଟନଙ୍କ ସହ ଯଶସ୍ୱୀ ଫ୍ରାନ୍ସ ଯାଇଛନ୍ତି । ଯଶସ୍ୱୀ ତାଙ୍କ ସୋସିଆଲ ମିଡିଆ ଅକାଂଉଟରେ ଫ୍ରାନ୍ସ ଭ୍ରମଣର କେତେକ ଫଟୋ ଶେୟାର କରିଛନ୍ତି । ଅବଶ୍ୟ ଏହି ଫଟୋରେ ମ୍ୟାଡୀଙ୍କୁ ଦେଖିବାକୁ ମିଳି ନାହିଁ । ମ୍ୟାଡୀ ଓ ଯଶସ୍ୱୀ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି । ପ୍ରାୟ ୩ ବର୍ଷ ହେବ ଉଭୟ ପରସ୍ପରର ନିକଟତର ହୋଇଛନ୍ତି ।

ଇଂଲଣ୍ଡରେ ବାସିନ୍ଦା ମ୍ୟାଡୀ ନ୍ୟୁଟ୍ରିଶନ ଏକ୍ସପର୍ଟ ଭାବେ କାର୍ଯ୍ୟ କରନ୍ତି । ମ୍ୟାଡୀଙ୍କ ଭାଇ ହେନେରୀ ଓ ଯଶସ୍ୱୀ ଭଲ ବନ୍ଧୁ । ୨୦୧୮ରେ ହେନେରୀ ପ୍ରଥମ ଥର ଯଶସ୍ୱୀଙ୍କ ସହ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରିଥିଲେ । ସେବେଠାରୁ ଉଭୟଙ୍କ ବନ୍ଧୁତା ରହିଛି । ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଯଶସ୍ୱୀ ୧୦ଟି ଇନିଂସରେ ୪୧.୧୦ ଆଭରେଜରେ ୪୧୧ ରନ କରିଥିଲେ । ଏଥିରେ ୨ଟି ଶତକ ଓ ୨ଟି ଅର୍ଦ୍ଧଶତକ ସାମିଲ । ଟେଷ୍ଟ କ୍ରିକେଟରେ ଯଶସ୍ୱୀ ୬ଟି ଶତକ ମାରି ସାରିଛନ୍ତି ।

Comments are closed.