ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଭାରତର ଓପନ ଯଶସ୍ୱୀ ଜୈସୱାଲ ଦଳରେ ଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ ଖେଳିବା ପାଇଁ ସୁଯୋଗ ପାଇ ନ ଥିଲେ । ଅଷ୍ଟ୍ରେଲିଆରୁ ଫେରିବା ପରେ ଏବେ ସେ ରଣଜୀ ଟ୍ରଫିରେ ମନୋନିବେଶ କରିବେ ବୋଲି କହିଛନ୍ତି । ମୁମ୍ବାଇ ପକ୍ଷରୁ ଖେଳୁଥିବା ଯଶସ୍ୱୀ ନଭେମ୍ବର ୧ରୁ ହେବାକୁ ଥିବା ରାଜସ୍ଥାନ ବିପକ୍ଷ ମ୍ୟାଚରେ ଖେଳିବା ସ୍ପଷ୍ଟ ହୋଇଛି । ଏହା ମାଧ୍ୟମରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତି ମଧ୍ୟ କରିପାରିବେ ।
ସେ ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏଥିରେ ସେ ଦିଲ୍ଲୀ ଟେଷ୍ଟରେ ୧୭୫ ରନର ଇନିଂସ ଖେଳିଥିଲେ । ଯଶସ୍ୱୀଙ୍କ ଉପସ୍ଥିତି ମୁମ୍ବାଇ ଟିମକୁ ମଜଭୁତ କରିବ । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୪୬ ମ୍ୟାଚରେ ୫୬ରୁ ଅଧିକ ଆଭରେଜରେ ୪୫୨୦ ରନ କରିଛନ୍ତି । ଏଥିରେ ୧୬ ଶତକ ଓ ୧୬ ଅର୍ଦ୍ଧଶତକ ସାମିଲ । ମୁମ୍ବାଇର ଆୟୂଷ ମାହାତ୍ରେ ଭାରତ ଏ ପକ୍ଷରୁ ଖେଳୁଥିବାରୁ ସେ ରାଜସ୍ଥାନ ବିପକ୍ଷ ମ୍ୟାଚରେ ଖେଳିବେ ନାହିଁ ।
Comments are closed.