ନୂଆଦିଲ୍ଲୀ: ଚଳିତ ସିକେ ନାୟୁଡୁ ଟ୍ରଫିରେ ହରିୟାଣାର ଓପନର ଯଶବର୍ଦ୍ଧନ ଦଲାଲ ଇତିହାସ ରଚିଛନ୍ତି । ସେ ପ୍ରଥମ ବ୍ୟାଟ୍ସମ୍ୟାନ ଏହି କ୍ରିକେଟର ଏହି ଫର୍ମାଟରେ ୪୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି । ମୁମ୍ବାଇ ବିପକ୍ଷ ମୁକାବିଲାର ଦ୍ୱିତୀୟ ଦିବସରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ହରିୟାଣା ୮ ୱିକେଟ ବିନିମୟରେ ୭୩୨ ରନ କରିଛି । ଯଶବର୍ଦ୍ଧନ ୪୨୬ ରନ କରି ଅପରାଜିତ ରହିଛନ୍ତି । ଏବେ ବି ତାଙ୍କ ନିକଟରେ ୫୦୦ ରନ ହାସଲ କରିବା ସୁଯୋଗ ରହିଛି । ସେ ମାତ୍ର ୪୬୩ ବଲରେ ୪୬ ଚୌକା ଓ ୧୨ ଛକା ସହାୟତାରେ ଏହି ସ୍କୋର କରିଛନ୍ତି ।
ସେ ଉତରପ୍ରଦେଶର ସମୀର ରିଜଭିଙ୍କ ରେକର୍ଡ ଭାଙ୍ଗିବା ସହ ନୂତନ ବେଂଚମାର୍କ ସ୍ଥାପନ କରିଛନ୍ତି । ଉତରପ୍ରଦେଶର ରିଜଭୀ ସୌରାଷ୍ଟ୍ର ବିପକ୍ଷରେ ୩୧୨ ରନର ଇନିଂସ ଖେଳିଥିଲେ । ମୁମ୍ବାଇର କୌଣସି ବୋଲର ଯଶବର୍ଦ୍ଧନଙ୍କ ଉପରେ ପ୍ରଭାବ ପକାଇ ପାରି ନ ଥିଲେ । ସେ ୯୨ ଷ୍ଟ୍ରାଇକରେଟରେ ରନ ସଂଗ୍ରହ କରିଥିଲେ । ଏହା ପୂର୍ବରୁ ଅଣ୍ଡର ୧୬ ଲିଗ ମ୍ୟାଚରେ ୨୩୭ ରନ କରି ଯଶବର୍ଦ୍ଧନ ଚର୍ଚ୍ଚାକୁ ଆସିଥିଲେ । ସେ ୧୧୨ ପ୍ରଫେଶନାଲ ମ୍ୟାଚରେ ୪୬୮୨ ରନ କରିବା ସହ ୬୫ ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି ।
Comments are closed.