Latest Odisha News

BREAKING NEWS

ୟଶବର୍ଦ୍ଧନ କୁମାର ସିହ୍ନା ହେଲେ ଦେଶର ନୂତନ ମୁଖ୍ୟ ସୂଚନା କମିଶନର

ନୂଆଦିଲ୍ଲୀ: ୟଶବର୍ଦ୍ଧନ କୁମାର ସିହ୍ନା ଦେଶର ନୂତନ ମୁଖ୍ୟ ସୂଚନା କମିଶନର ହୋଇଛନ୍ତି। ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଭବନରେ ସେ ଶପଥ ଗ୍ରହଣ କରିଥିଲେ।

ଗତ ଦୁଇ ମାସ ଧରି ମୁଖ୍ୟ ସୂଚନା କମିଶନର ପଦ ଖାଲି ପଡ଼ିଥିଲା। ଏହାପୂର୍ବରୁ, ୨୬ ଅଗଷ୍ଟରେ ବିମଲ ଜୁଲ୍କା ଏହି ପଦରୁ ଅବସର ନେଇଥିଲେ। ୟଶବର୍ଦ୍ଧନ ସିହ୍ନା ଜଣେ ପୂର୍ବତନ ରାଜନୀତିଜ୍ଞ। ସେ ୧ ଜାନୁଆରୀ ୨୦୧୯ ରେ ସୂଚନା କମିଶନର ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ସେ ବ୍ରିଟେନ ଏବଂ ଶ୍ରୀଲଙ୍କାରେ ଭାରତର ହାଇ କମିଶନର ଭାବରେ କାର୍ଯ୍ୟ କରିଛନ୍ତି।

୬୨ ବର୍ଷିୟ ୟଶବର୍ଦ୍ଧନ ସିହ୍ନା ମୁଖ୍ୟ ସୂଚନା କମିଶନର ଭାବରେ ତିନି ବର୍ଷ କାର୍ଯ୍ୟ କରିବେ। ଉଲ୍ଲେଖଯୋଗ୍ୟ ମୁଖ୍ୟ ସୂଚନା କମିଶନରଙ୍କୁ ୫ ବର୍ଷ କିମ୍ବା ୬୫ ବର୍ଷ ବୟସ ପର୍ଯ୍ୟନ୍ତ ନିଯୁକ୍ତ କରାଯାଇଥାଏ।

ମୁଖ୍ୟ ସୂଚନା କମିଶନର ୟଶବର୍ଦ୍ଧନ ସିହ୍ନାଙ୍କୁ ତିନି ଜଣିଆ ଚୟନ କମିଟି ଦ୍ୱାରା ନିଯୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କମିଟିର ମୁଖ୍ୟ ଥିଲେ। ଏହି କମିଟିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସାମିଲ ହୋଇଥିଲେ।

Comments are closed.