Latest Odisha News

BREAKING NEWS

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଦୂରନ୍ତ ଏକ୍ସପ୍ରେସ

ଯାଜପୁର: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଦୂରନ୍ତ ଏକ୍ସପ୍ରେସ । ଯାଜପୁର ଜିଲ୍ଲାର ହରିଦାସପୁର ଷ୍ଟେସନ ନିକଟରେ ଦୂରନ୍ତ ଏକ୍ସପ୍ରେସର ତିନିଟି ବଗି ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି । ୧୨୨୪୬ ନମ୍ବର ଟ୍ରେନ ବେଙ୍ଗାଲୁରୁଠାରୁ ହାୱଡ଼ା ଯିବା ବେଳେ ପୂର୍ବତଟ ରେଳପଥର ହରିଦାସପୁର ଷ୍ଟେସନ ପରିସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଇଞ୍ଜିନ ନିକଟବର୍ତ୍ତୀ ତିନିଟି ବଗି ଲାଇନଚୁତ ହେବା ଫଳରେ ଏଭଳି ଅଘଟଣ ଘଟିଛି । ତେବେ ଏହି ଅଘଟଣ ସମୟରେ କୌଣସି ଯାତ୍ରୀ ବା ଅନ୍ୟ କେହି ଆହତ ହୋଇନାହାନ୍ତି ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସମସ୍ତ ଯାତ୍ରୀ କୋଚ୍ ଅନ୍ୟ ଏକ ଇଞ୍ଜିନ୍ ସହିତ ସଂଯୁକ୍ତ ହେବ ଏବଂ ସେମାନଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯିବ ।

ଏହି ଘଟଣା ଖଡ଼ଗପୁର – ଭୁବନେଶ୍ୱର ମେନ୍ ଲାଇନର ଟ୍ରେନ୍ ସେବା ଉପରେ ପ୍ରଭାବ ପକାଇ ନାହିଁ। | ପ୍ରଭାବିତ କୋଚଗୁଡିକର ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ କରାଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.