ଲକ୍ଷ୍ନୌ: ଶନିବାର ଦିନ ହରିଦ୍ୱାର ହେଟ୍ ସ୍ପିଚ୍ ମାମଲାରେ ହିନ୍ଦୁ ଧାର୍ମିକ ନେତା ୟତି ନରସିଂହାନନ୍ଦଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଥିଲା। ଧର୍ମ ସଂସଦରେ ଉତ୍ତେଜନାମୂଳକ ଭାଷଣ ମାମଲା ଏବେ ବେଶ୍ ଚର୍ଚ୍ଚାରେ ରହିଛି।
ଜିତେନ୍ଦ୍ର ତ୍ୟାଗିଙ୍କ ଜାମିନ ଆବେଦନକୁ ଶନିବାର କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ୟତି ନରସିଂହାନନ୍ଦ ଜିତେନ୍ଦ୍ର ତ୍ୟାଗିଙ୍କ ଗିରଫଦାରୀକୁ ବିରୋଧ କରି ଏକ ଧାରଣାରେ ବସିଥିବାବେଳେ ହରିଦ୍ୱାର ପୋଲିସ ତାଙ୍କୁ ଉଠାଇ ନେଇଥିଲା।
ଏହାପୂର୍ବରୁ ଶନିବାର ଦିନ ଇସ୍ଲାମ୍ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଥିବା ଜିତେନ୍ଦ୍ର ତ୍ୟାଗୀ ଓରଫ ୱାସିମ ରିଜଭିଙ୍କୁ ପୁଲିସ ଗିରଫ କରିଥିଲା।
Comments are closed.