Latest Odisha News

୨୦୨୩ ମସିହାରେ ସବୁଠାରୁ ଅଧିକ ଦେଖିଥିବା ଭିଡ଼ିଓ

ନୂଆଦିଲ୍ଳୀ: ୨୦୨୩ ମସିହାରେ ଏମିତି ଏକ ଭିଡ଼ିଓ ଅଛି ଯାହାକୁ ବେଶୀ ଗ୍ରହଣୀୟତା ମିଳିଛି । ମେକଅପ୍ ସହିତ ଜଡିତ ଅନେକ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହୋଇଛି । ମେକ୍‌ଅପ୍ ପୂର୍ବରୁ ଦେଖିଥିବା ଅଧିକାଂଶ ଚେହେରାକୁ ମେକ୍‌ଅପ୍ ପରେ ଚିହ୍ନି ହୋଇ ନ ଥାଏ । କିନ୍ତୁ ୨୦୨୩ ମସିହାରେ ଏକ ମେକ୍‌ଅପ୍ ଭିଡିଓକୁ ଲୋକେ ସବୁଠାରୁ ଅଧିକ ଦେଖିଛନ୍ତି ।

ସାଧାରଣତଃ ମହିଳାମାନେ ମେକ୍‌ଅପ୍‌ରେ ନିଜର ରଂଗକୁ ଆହୁରି ତୋଫା ଦେଖାଇବାକୁ ଚେଷ୍ଟା କରନ୍ତି । ମାତ୍ର ଆମେ ଯେଉଁ ମେକ୍‌ଅପ୍ ଭିିଡିଓ କଥା କହୁଛୁ, ସେଥିରେ ମହିଳା ଜଣକ ନିଜ ରଂଗକୁ ବେଶ୍ ସମ୍ମାନ ଦେଇ ମେକ୍‌ଅପ୍ କରିଛନ୍ତି । ସେ ଆଦୌ ବି ଗୋରା ରଂଗ ପାଇବାକୁ ଚେଷ୍ଟା କରିନାହାନ୍ତି । ବରଂ ତାଙ୍କ କଳା ରଂଗକୁ ଅତୁଟ ରଖି ସେ ନିଜ ମୁହଁକୁ ମେକ୍‌ଅପ୍ ଦେଇଛନ୍ତି । ଏହି ଭିଡିଓଟିକୁ ସୋସିଆଲ୍ ମିଡିଆରେ ଖୁବ୍ ଗ୍ରହଣୀୟତା ମିଳିବାରେ ଲାଗିଛି । ଟିକ୍‌ଟକ୍‌ରେ ଏହି ଭିଡିଓକୁ ସର୍ବାଧିକ ଦେଖାଯାଇଛି । ତଥ୍ୟ ଅନୁଯାୟୀ, ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର ତଥା ମଡେଲ ନୟାଡୋଲି ଡେଙ୍ଗଙ୍କ ଏହି ମେକଅପ୍ ପ୍ରଥମ ସ୍ଥାନ ଅଧିକାର କରିଛି ।

ତେବେ ମଡେଲ୍ ଜଣକ ନିଜ ମୁହଁରେ ଲଗାଇଥିବା ଉତ୍ପାଦଗୁଡ଼ିକର ବ୍ରାଣ୍ଡ୍ ନାମକୁ ତାଙ୍କ କ୍ୟାପ୍‌ସନ୍‌ରେ ଦେଇଛନ୍ତି । ଭିଡିଓକୁ ପ୍ରଥମେ ଦେଖିବା ପରେ ଲୋକମାନେ ଭାବିଥିଲେ ହୁଏତ ମଡେଲ୍ ତାଙ୍କ ରଂଗକୁ ବଦଳାଇବା ପାଇଁ କିଛି କ୍ରିମ୍ ବ୍ୟବହାର କରିବେ । ମାତ୍ର ସେପରି କିଛି ବି ସେ କଲେ ନାହିଁ; ଯାହାକୁ ପ୍ରଶଂସକଙ୍କ ମନକୁ ଛୁଇଁଯାଇଛି ।

Comments are closed.