Latest Odisha News

BREAKING NEWS

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ, ୨୩ ତାରିଖ ପର୍ଯ୍ୟନ୍ତ ବର୍ଷିବ

ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ । ଏବେ ପଶ୍ଚିମ ଉତ୍ତର ବଙ୍ଗୋପ ସାଗରରେ ରହିଛି ଲଘୁଚାପ ବଳୟ । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା । ଏହାସହ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ମହାନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିବ । ସେହିପରି ୨୩ ତାରିଖରେ ମିଆଁମାରର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଧୀରେ ଧୀରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଉପକୂଳ ଓଡ଼ିଶା ଆଡକୁ ଅତିକ୍ରମ କରିବ ।

ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟାରେ ମଧ୍ୟମ ଧରଣର ବର୍ଷା ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଦାରେ ସର୍ବାଧିକ ୭୪ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି । ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେବ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତାକାଲି ପାଇଁ ୮ ଜିଲ୍ଲାକୁ ୟାଲୋ ଆଲର୍ଟ ଜାରି କରାଯାଇଛି । ଘୂର୍ଣ୍ଣିବଳୟର ପ୍ରଭାବ ଆଭ୍ୟନ୍ତରୀଣ ଓଡ଼ିଶାରେ ପଡିଲେ ଆଭ୍ୟନ୍ତରୀଣ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ହେବ । ଆସନ୍ତା ୨୧ରୁ ୨୪ ତାରିଖ ମଧ୍ୟରେ ବର୍ଷା ପରିମାଣ କମିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

Leave A Reply

Your email address will not be published.