ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି ଆଗାମୀ ୭ ଦିନ ଯାଏ ଓଡ଼ିଶାରେ ବର୍ଷା ଜାରି ରହିବ । ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ସହ ବଜ୍ରପାତ ହେବା ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆନ୍ଧ୍ର ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶରେ ଏହାର ପ୍ରଭାବ ପଡ଼ିବ । ଆଜି ମଧ୍ୟ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ରହିଛି ।
କିଛିଦିନ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ଘୂର୍ଣ୍ଣିଝଡ଼ ଦେଖିବାକୁ ମିଳିଥିଲା । ଏହି ଘୂର୍ଣ୍ଣିବଳୟର ତାଣ୍ଡବରେ ଅନେକ ଧନଜୀବନ ମଧ୍ୟ ନଷ୍ଟ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ସତର୍କତା। ସେସବୁ ଜିଲ୍ଲାର କିଛି ସ୍ଥାନରେ କୁଆପଥର ବର୍ଷା ସହ ଘଣ୍ଟାପ୍ରତି ୩୦-୪୦ ଓ ଆଉ କିଛି ସ୍ଥାନରେ ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ। ଆଜି ପାଇଁ ମୟୁରଭଞ୍ଜ, ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ଏବଂ କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
BREAKING NEWS
- ୮୨ ଗ୍ରାମର ବ୍ରାଉନ୍ସୁଗାର ଜବତ, ଅଭିଯୁକ୍ତ ଗିରଫ
- Government offices in Boudh:ଉପରମୁହାଁ ହେବ ପାରଦ…ଆସନ୍ତାକାଲିଠାରୁ ଏହି ଜିଲ୍ଲାରେ ଖୋଲିବ ସକାଳୁଆ ସରକାରୀ ଅଫିସ୍
- Terror module busted: ISI ସମର୍ଥିତ ଖଲିସ୍ତାନି ଆତଙ୍କବାଦୀ ମଡ୍ୟୁଲ୍ ଠାବ; ୨ ଆତଙ୍କୀ ଗିରଫ,ଗ୍ରେନେଡ ଏବଂ IED ସାମଗ୍ରୀ ଜବତ
- Assembly Elections 2026: ମତଦାନ ରେକର୍ଡ ଭାଙ୍ଗିଲା କେରଳମ୍- ଆସାମ!ଏହି ନିର୍ବାଚନମଣ୍ଡଳୀରେ ୯୪%ରୁ ଅଧିକ ଭୋଟିଂ…
- ସବ ଜୁନିୟର ମହିଳା ହକି: ସେମିରେ ଓଡିଶା, ପ୍ରିୟଙ୍କାଙ୍କ ଜବରଦସ୍ତ ପ୍ରଦର୍ଶନ
- ୧୦ ମାଓ ପ୍ରଭାବିତ ଜିଲ୍ଲାପାଳଙ୍କୁ ଚିଠି, ବସୁନ୍ଧରା ଯୋଜନାରେ ଭୂମି ଓ ଜମିପଟ୍ଟା ଦେବାକୁ ନିର୍ଦ୍ଦେଶ
- ଫିଫା ବିଶ୍ୱକପ: ଭାରତରେ ପ୍ରସାରଣ ପାଇଁ ମିଳୁ ନାହାନ୍ତି ବ୍ରଡକାଷ୍ଟର
- ରାଜଧାନୀର ପାଶ୍ବବର୍ତ୍ତୀ ନଦୀ ଗୁଡିକର ହେବ ପୁନରୁଦ୍ଧାର; ଏତିକି ଟଙ୍କା ବ୍ୟୟ ବରାଦ
- OPTCLର ୩ଟି ନୂତନ ଗ୍ରୀଡ୍ ସବ୍ଷ୍ଟେସନ, ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନ୍ ଉଦ୍ଘାଟିତ
- ଟି୨୦ର ଗୋଟିଏ ଇନିଂସରେ ୯ ୱିକେଟ, ୫ ବଲରେ ୫ ସଫଳତା
Comments are closed.