Latest Odisha News

BREAKING NEWS

Browsing Tag

Thunderstorm

ଦୁର୍ବଳ ହେଉଛି ଲଘୁଚାପ, ୬ରୁ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ସୁଦୃଶ ଲଘୁଚାପ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ସକ୍ରିୟ ରହିଛି । ଆଜି ଓ ଆସନ୍ତକାଲି ଓଡ଼ିଶାରେ ବର୍ଷା ଘଡ଼ଘଡ଼ି ନେଇ କୌଣସି ଚେତାବନୀ ଦେଇ ନାହିଁ…

ସୋମବାର ଝଡବାତ୍ୟା ଓ ପ୍ରବଳ ବର୍ଷା ପରିବେଶ ପରିବର୍ତ୍ତନର କାରଣ: ସିଇସି

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଗତକାଲି ହୋଇଥିବା ଝଡ଼ବାତ୍ୟା ଏକ ଅକସ୍ମାତ୍ ଘଟଣା ଓ ପରିବେଶ ପରିବର୍ତ୍ତନକୁ ନିର୍ଦ୍ଦେଶ କରେ ବୋଲି ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିିଇସି)ର ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଛନ୍ତି । ଗତକାଲି ଏହି ଝଡବାତ୍ୟା…

ଆସନ୍ତା ୩ରୁ ପ୍ରବଳ ବର୍ଷା, ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଭିଜିବ ଓଡ଼ିଶା । ଜୁଲାଇ ୩ରୁ ହେବ ପ୍ରବଳ ବର୍ଷା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୁଲାଇ ୩ ଓ ୪ରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ୨ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର,…

ପାଣିପାଗ ବିଭାଗର ଚେତାବନୀ: ଏହି ଦୁଇ ଦିନ ପାଇଁ ଜାରି କଲା ୟେଲୋ ୱାର୍ଣିଂ

ଭୁବନେଶ୍ୱର: ଆଗାମୀ ୫ଦିନ ପାଇଁ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ହେଲା ସତର୍କ ସୂଚନା । ରାଜ୍ୟର କେତେକାଂଶରେ ପାଗ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏନେଇ ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ…

ଆଉ ୩ ଦିନ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ, ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରରେ ପାରଦ ୪୪ ଓ ସମ୍ବଲପୁରରେ ୪୫

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶାରୁ ଉପକୂଳ ସବୁଠି ତାତିର ପ୍ରକୋପ ଲାଗି ରହିଥିବା ବେଳେ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଏଭଳି ଗ୍ରୀଷ୍ମ ପ୍ରବାହ ଆଉ ୩ ଦିନ ଲାଗି ରହିବ ।…

ଟ୍ୱିନ୍ ସିଟି ସହ ୬ ଜିଲ୍ଲାରେ ସନ୍ଧ୍ୟା ୭ଟା ୩୦ ଯାଏ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଦିନରେ ଜାଳିଲା, ଅପରାହ୍ଣରେ ବର୍ଷିବ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୪.୪ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ ଆଗାମୀ ୩ ଘଣ୍ଟାରେ ରାଜ୍ୟର ୬ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ…

କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାକୁ ଆଲର୍ଟ, ୩ ଘଣ୍ଟା ଧରି ଜାରି ରହିବ କାଳବୈଶାଖୀ

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗି ରହିଥିବା ବେଳେ କାଳବୈଶାଖୀ ନେଇ ପାଣିପାଗ ବିଭାଗ କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଗାମୀ ୩ ଘଣ୍ଟା ଯାଏ ଉପକୂଳ ଓଡ଼ିଶାର ଏହି ୩ ଜିଲ୍ଲାରେ କାଳବୈଶାଖୀ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ…

୧୪ ତାରିଖ ଯାଏ ଅସହ୍ୟ ତାତି ଓ ଗୁଳୁଗୁଳିରୁ ନାହିଁ ତ୍ରାହି, ପଶ୍ଚିମ ଓଡ଼ିଶାକୁ ହିଟୱେଭ୍ ଆଲର୍ଟ

ଭୁବନେଶ୍ୱର: ଏଥର ରଜରେ ଜାଳିବ ଖରା ! ରାଜ୍ୟରେ ଲାଗି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ଏବେ ତ୍ରାହି ମିଳିବନି । ପାଣିପାଗ ବିଭାଗ ପକ୍ଷରୁ ଆଜିର ଆକଳନ ଅନୁସାରେ, ରାଜ୍ୟରେ ହିଟୱେଭ୍ ସ୍ଥିତି ୧୪ ତାରିଖ ଯାଏ ଲାଗି ରହିବ । ୧୫ରୁ ହେବ କାଳବୈଶାଖୀ ବର୍ଷା । ୨୪ ଘଣ୍ଟାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୪ ଦିନ ଯାଏ ହିଟୱେଭ୍ ସହ କାଳବୈଶାଖୀ

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ଆଜି ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହାକି ପରବର୍ତ୍ତୀ ୨୪ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ବୁଲେଟିନ୍ ଅନୁସାରେ, ୧୨ ତାରିଖ…

ଭୁବନେଶ୍ୱର, କଟକରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଦିନ ବେଳା ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହୋଇଥିବା ରାଜଧାନୀ ବାସୀଙ୍କୁ ଅପରାହ୍ଣରେ ଆଶ୍ୱସ୍ତି ମିଳିଛି । ଅପରାହ୍ଣରେ ରାଜଧାନୀ ଭୁବନେଶ୍ୱର ସହ ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା ଅନୁଭୂତ ହୋଇଛି । ଘଡ଼ଘଡ଼ି ବର୍ଷା ସହ ୩ ଜିଲ୍ଲାରେ…