ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଦିନ ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କୁ ସମନ କରିଛି । ୟେସ ବ୍ୟାଙ୍କ ମାମଲାରେ ତାଙ୍କୁ ଏହି ସମନ କରାଯାଇଥିବା ଜଣାପଡିଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୟେସ୍ ବ୍ୟାଙ୍କ ମାଲିକ ରାଣା କପୁରଙ୍କ ନାମରେ ମନି ଲଣ୍ଡରିଂ ମାମଲା ରୁଜୁ କରି ଇଡି ତଦନ୍ତ କରୁଛି । ଅନୀଲ ଅମ୍ବାନୀ ୟେସ ବ୍ୟାଙ୍କ ଠାରୁ ଋଣ ନେଇଥିବା ବେଳେ ତାଙ୍କୁ ପଚରାଉଚରା କରାଗଲେ ଇଡି କିଛି ତଥ୍ୟ ହାସଲ କରିପାରିବ ବୋଲି ଆଲୋଚନା ହେଉଛି ।
ଅପରପକ୍ଷରେ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବାକୁ ଇଡି ଅନୀଲଙ୍କୁ ସମନ କରିଥିବା ବେଳେ ସେ ବ୍ୟକ୍ତିଗତ କାରଣରୁ ହାଜର ହୋଇପାରିନାହାଁନ୍ତି । ଯେଉଁଥିପାଇଁ ସେ ଇଡିକୁ ଅଧିକ ସମୟ ମାଗିଥିବା ନେଇ ସୁତ୍ରରୁ ପ୍ରକାଶ ।
ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ରିଜର୍ଭ ବ୍ୟାଙ୍କ ଇଣ୍ଡିଆ (ଆରବିଆଇ) ଆର୍ଥୀକ ସଙ୍କଟର ସମ୍ମୁଖୀନ ହୋଇଥିବା ୟେସ ବ୍ୟାଙ୍କକୁ ନିଜ ହେପାଜତକୁ ନେବା ସହ ଟଙ୍କା ଉଠାଣ ଉପରେ ସାମାନ୍ୟ କଟକଣା ମଧ୍ୟ ଲଗାଇଛି ।
Comments are closed.