Latest Odisha News

BREAKING NEWS

ରୋଗ କରୁଥିଲେ ଛୁ ମନ୍ତର୍: ଏବେ ଆଜୀବନ ଜେଲରେ ବାବା

ନୂଆଦିଲ୍ଲୀ: ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ଭବିଷ୍ୟବକ୍ତା ବଜିନ୍ଦର ସିଂ । ୨୦୧୮ ବଳାତ୍କାର ମାମଲାରେ ବାବା ବଜିନ୍ଦରକୁ ଆଜୀବନ ଜେଲ ଦେଇଛନ୍ତି ମୋହାଲି କୋର୍ଟ । ୨୦୧୮ ମସିହାରେ ହୋଇଥିବା ଏକ ବଳାତ୍କାର ମାମଲାରେ ପଞ୍ଜାବର ମୋହାଲିର ଏକ କୋର୍ଟ ଆତ୍ମଘୋଷିତ ଧର୍ମପ୍ରଚାରକ ପାଷ୍ଟର ବଜିନ୍ଦର ସିଂହଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଯୀଶୁ ଯୀଶୁ ଭବିଷ୍ୟବକ୍ତା, ଭାବରେ ବେଶ୍ ଲୋକପ୍ରିୟ ହୋଇଥିବା ଏହି  ୪୨ ବର୍ଷୀୟ ଆତ୍ମଘୋଷିତ ବାବା ଏବେ ପଟିଆଲା ଜେଲରେ ଅଛନ୍ତି । ତାଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬ (ବଳାତ୍କାର), ୩୨୩ (ସ୍ୱେଚ୍ଛାକୃତ ଭାବରେ ଆଘାତ ଦେବା ପାଇଁ ଦଣ୍ଡ) ଏବଂ ୫୦୬ (ଅପରାଧମୂଳକ ଧମକ) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି ।

ତେବେ କୁହାଯାଏ ଏହି ବାବା କାଳେ ଚମତ୍କାର ଜାଣନ୍ତି । ମନ୍ତ୍ର ବଳରେ ବଡ ବଡ ରୋଗକୁ ଚୁଟକିରେ ଛୁ ମନ୍ତର କରନ୍ତି ।  ବାବଙ୍କର ମହୁ ସମର୍ଥକ ମଧ୍ୟ ରହିଥିଲେ । ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ପ୍ରଫେଟ୍ ବଜିନ୍ଦର ସିଂହରେ, ତାଙ୍କ ମଣ୍ଡଳୀଗୁଡ଼ିକର ସିଧା ପ୍ରସାରଣ କରାଯାଉଥିଲା । ଯାହାର ପ୍ରାୟ ୩ ମିଲିୟନରୁ ଅଧିକ ଫଳୋଅର ରହିଥିଲେ ସେତେବେଳେ  । ହେଲେ ୨୦୧୮ ମସିହାରେ ଜିରକପୁର ଥାନାରେ ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହେଲା । ୨୦୧୮ ଫେବୃଆରୀ ୨୮ରେ ଜଣେ ୨୨ ବର୍ଷୀୟ ଯୁବତୀ ତାଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଲେ । ହେଲେ ବାବା ଏହାକୁ ସିଧା ସିଧା ଖଣ୍ଡନ କରିଦେଲେ ।

ଅଭିଯୋଗକାରୀଣିଙ୍କ ଅଭିଯୋଗ ଅନୁଯାୟୀ, ବଜିନ୍ଦର ସିଂହ ତାଙ୍କୁ ବିଦେଶ ନେଇଯିବାର ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରିଥିଲେ । ଏଥିସହିତ ମୋହାଲିର ସେକ୍ଟର ୬୩ ସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ବଳାତ୍କାର କରିଥିଲେ ଏବଂ ତାହାର ଏକ ଭିଡିଓ ମଧ୍ୟ କରିଥିଲେ । ଯଦି ସେ ତାଙ୍କ ଦାବିରେ ରାଜି ନ ହେଲେ ଭିଡିଓଟିକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଧମକ ଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ ।

ଯାହାକୁ ନେଇ ଖୋଳତାଡ ଆରମ୍ଭ କରିଥିଲା ମୋହାଲି ପୋଲିସ୍ । ଆଉ ଗୋଟିଏ ପରେ ଗୋଟିଏ ବାବାଙ୍କ କାର୍ଣ୍ଣାମା ଧରାପଡିଥିଲା ।  ବଜିନ୍ଦର ସିଂହଙ୍କ ବ୍ୟତୀତ ଏହି ମାମଲାରେ ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ୍ ହେଲେ ପରେ, ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା ।

ଖାଲି ସେତିକି ନୁହେଁ, ସେହି ନିକଟରେ ବାବାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ମହିଳାଙ୍କ ସହ ଯୁକ୍ତିତର୍କ କରିବା ଏବଂ ତାଙ୍କୁ ଚାପୁଡା ମାରିବା ଭଳି କାଣ୍ଡ କରିଥିଲେ ବାବା ।

ତେବେ ୨୦୧୨ ମସିହାରେ ଜଣେ ପ୍ରଚାରକ ହୋଇଥିଲେ ବାବା ବଜିନ୍ଦର । ବଜିନ୍ଦର ସିଂ ହରିୟାଣାର ଯମୁନାନଗରର ବାସିନ୍ଦା ହୋଇଥିବା ବେଳେ ଜଲନ୍ଧରର ଗୌରବ ଏବଂ ଜ୍ଞାନର ପ୍ରତିଷ୍ଠାତା ଅଟନ୍ତି । ସେ ନିଜକୁ ଯୀଶୁ ଖ୍ରୀଷ୍ଟଙ୍କର ଦୂତ ବୋଲି କହୁଥିଲେ । ଆଉ ଚମତ୍କାର କରି ଭକ୍ତଙ୍କୁ ଆରୋଗ୍ୟ ପ୍ରଦାନ କରୁଥିଲେ ବୋଲି ଦାବି କରୁଥିଲେ । ତାଙ୍କ ମଣ୍ଡଳୀଗୁଡ଼ିକରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ରହୁଥିଲେ । ସେମାନଙ୍କ ଅନୁଗାମୀମାନେ ଚମତ୍କାର ମାଧ୍ୟମରେ ବଡ ବଡ ରୋଗବ୍ୟଧିରୁ ମୁକ୍ତି ଦେଉଥିଲେ । ଏଥିସହିତ ବାବା ଜଲନ୍ଧରର ତାଜପୁରରେ “ଦି ଚର୍ଚ୍ଚ ଅଫ୍ ଗ୍ଲୋରୀ ଆଣ୍ଡ୍ ୱିଜଡମ୍” ଏବଂ ମୋହାଲିର ମାଜରିରେ ଅନ୍ୟ ଏକ ଚର୍ଚ୍ଚର ପରିଚାଳନା ମଧ୍ୟ କରୁଥିଲେ । ପରେ ତଦନ୍ତରୁ ତାଙ୍କ ଚର୍ଚ୍ଚର ଶାଖା ଭାରତ ଏବଂ ବିଦେଶରେ ମଧ୍ୟ ବିଛାଇ ହୋଇଥିଲା ।

Comments are closed.