Latest Odisha News

BREAKING NEWS

ହନି ସିଂଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପତ୍ନୀ

ନୂଆଦିଲ୍ଲୀ: ଲୋକପ୍ରିୟ ଗାୟକ ୟୋ ୟୋ ହନି ସିଂଙ୍କ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ। ହନି ସିଂଙ୍କ ପତ୍ନୀ ତାଙ୍କ ସ୍ବାମୀଙ୍କ ବିରୋଧରେ ଶାରୀରିକ, ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ଦିଲ୍ଲୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସେ ମୁଖ୍ୟ ମହାନଗର ନିଗମର ମାଜିଷ୍ଟ୍ରେଟ ତାନିଆ ସିଂଙ୍କ ନିକଟରେ ଏକ ଆବେଦନ କରିଛନ୍ତି। ଏହାପରେ ମାଜିଷ୍ଟ୍ରେଟଙ୍କ ତରଫରୁ ହନି ସିଂଙ୍କୁ ଏକ ନୋଟିସ ଜାରି କରାଯାଇଛି ଏବଂ ତାଙ୍କୁ ଅଗଷ୍ଟ ୨୮ ପର୍ଯ୍ୟନ୍ତ ସମୟ ଦିଆଯାଇଛି।

୨୦୧୧ ମସିହାରେ ବିବାହ ପରେ ମହିଳାଙ୍କ ପ୍ରତି ହନି ସିଂ “ଅତ୍ୟଧିକ ଅହଂକାରୀ, ଅଶାଳୀନ, କଠୋର ଏବଂ ଅବହେଳିତ” ହୋଇଥିବାର ଅଭିଯୋଗ କରି ହନି ସିଂଙ୍କ ପତ୍ନୀଙ୍କ ଓକିଲ ଘରୋଇ ହିଂସା ଆଇନରୁ ସୁରକ୍ଷା ଅଧୀନରେ ଏକ ଆବେଦନ କରିଥିଲେ।

Comments are closed.