Latest Odisha News

BREAKING NEWS

୧୨୮ ବର୍ଷୀୟ ପ୍ରସିଦ୍ଧ ଯୋଗ ଗୁରୁ ସ୍ୱାମୀ ଶିବାନନ୍ଦ ବାବାଙ୍କ ଦେହାନ୍ତ 

ବାରଣାସୀ: ବାରାଣାସୀର ପ୍ରସିଦ୍ଧ ଯୋଗ ଗୁରୁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସ୍ୱାମୀ ଶିବାନନ୍ଦ ବାବାଙ୍କର ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ୧୨୮ ବର୍ଷୀୟ ବାବାଙ୍କ ସ୍ୱାସ୍ଥ୍ୟାବସ୍ଥା ଗତ କିଛି ଦିନ ଧରି ଖରାପ ଥିଲା। ଯେଉଁଥିପାଇଁ ତାଙ୍କୁ ବିଏଚୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୨୦୨୨ ମସିହାରେ ତାଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ।

ପଦ୍ମଶ୍ରୀ ପୁରସ୍କାର ପାଇଥିବା ଦେଶର ସବୁଠାରୁ ବୟସ୍କ ବ୍ୟକ୍ତି ସ୍ୱାମୀ ଶିବାନନ୍ଦ ବାବା ବାରାଣସୀର ଦୁର୍ଗାକୁଣ୍ଡର କବିରନଗର ଆଶ୍ରମରେ ରହୁଥିଲେ। କିଛି ଶିଷ୍ୟ ମଧ୍ୟ ତାଙ୍କ ସହିତ ରହୁଥିଲେ। ଏହି ବୟସରେ ମଧ୍ୟ ସେ ନିୟମିତ ଯୋଗ ଅଭ୍ୟାସ କରୁଥିଲେ। ସକାଳେ ଉଠିବା ପରେ ସେ ଯୋଗ ପ୍ରାଣାୟମ କରୁଥିଲେ। ସେ ପ୍ରତିଦିନ ଗୀତା ପାଠ କରୁଥିଲା ବେଳେ ମାତା ଚଣ୍ଡୀଙ୍କ ସ୍ତୁତି ମଧ୍ୟ କରୁଥିଲେ।

ତେବେ ଯୋଗ ପାଇଁ କେବଳ କାଶୀରେ ନୁହେଁ ବରଂ ସାରା ବିଶ୍ୱରେ ଜଣାଶୁଣା ସ୍ୱାମୀ ଶିବାନନ୍ଦଙ୍କ ଦେହାନ୍ତ ପାଇଁ ସବୁଠି ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ରବିବାର ହରିଶ୍ଚନ୍ଦ୍ର ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

 

Comments are closed.